Below header

ଟୋଲ୍‌ ଫି’ରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଭିତରେ ପଶିଲେ, ନିଜକୁ ଅଭିନେତା କହୁଥିବା ଯୁବକ ଗିରଫ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍‌କେଡ୍‌କୁ ପିଛା କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଏହି ମାମଲାରେ ମୁମ୍ବାଇ ପୋଲିସ ୩୦ ବର୍ଷୀୟ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିିଛି । ଅଭିଯୁକ୍ତ କହିଛନ୍ତି ଯେ ସେ ଟୋଲ୍‌ ଫି’ରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ପଛରେ ଯାଇଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍‌କେଡ୍‌କୁ ପିଛା କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଏହି ମାମଲାରେ ମୁମ୍ବାଇ ପୋଲିସ ୩୦ ବର୍ଷୀୟ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିିଛି । ଅଭିଯୁକ୍ତ କହିଛନ୍ତି ଯେ ସେ ଟୋଲ୍‌ ଫି’ରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ପଛରେ ଯାଇଥିଲେ । ସୂଚନା ମୁତାବକ, ସିଏମ୍‌ଙ୍କ କାର୍‌କେଡ୍‌କୁ ପିଛା କରିଥିବା ଯୁବକଙ୍କ ନାମ ଶୁଭମ୍‌ କୁମାର ।

ପୋଲିସ କହିଛି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ରାତିରେ ଠାଣେରୁ ମୁମ୍ବାଇ ଯାଉଥିଲେ । ଏହି ସମୟରେ ବାନ୍ଦ୍ରା ଓ୍ଵାର୍ଲି ସି ଲିଙ୍କ୍‌ରେ ଟ୍ରାଫିକ୍‌ ପୋଲିସ ମୁତୟନ ଥିଲେ ଏବଂ କାର୍‌କେଡ୍‌ ପାଇଁ ସି ଲିଙ୍କ୍‌ର ୭ନଂ. ଓ ୮ନଂ. ଲେନ୍‌କୁ ଖାଲି କରାଯାଇଥିଲା । ଏହି କାରଣରୁ ଶୁଭମ୍‌ କୁମାରଙ୍କୁ ୬ନଂ. ଲେନ୍‌ ଦେଇ ଗାଡ଼ି ନେବାକୁ କୁହାଯାଇଥିଲା । ଏହା ସତ୍ତ୍ୱେ ସେ ନିଜ ଗାଡ଼ିକୁ ୭ନଂ. ଲେନ୍‌ ଆଡ଼କୁ ମୋଡ଼ିଥିଲେ ।

ଏହାପରେ ଶୁଭମ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ପଛରେ ଯିବାକୁ ଲାଗିଥିଲେ, ଏହି ସମୟରେ ସି ଲିଙ୍କ୍‌ରେ ଟ୍ରାଫିକ୍‌ ପୋଲିସ ତାଙ୍କ ଗାଡ଼ିକୁ ଅଟକାଇଥିଲେ । ପଚରାଉଚରା କରିବାରୁ ସେ ନିଜକୁ ଜଣେ ଅଭିନେତା ବୋଲି କହିଥିଲେ । ତେବେ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଭିତରେ ପଶିବା କାରଣରୁ ବାନ୍ଦ୍ରା ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତଙ୍କ କହିବା ହେଲା, ସେ ଟୋଲ୍‌ ଫି’ରୁ ବର୍ତ୍ତିବା ପାଇଁ ଏମିତି କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ଯୁବକ ନିଜ ପରିବାର ସଦସ୍ୟଙ୍କ ସହ ଏକ କାର୍‌ରେ ଯାଉଥିଲେ । ସିପାହୀ ସଙ୍କେତ ଦେବା ସତ୍ତ୍ୱେ ସେ ଗାଡ଼ି ଅଟକାଇ ନ ଥିଲେ । ତେଣୁ ତାଙ୍କୁ ଓ୍ଵାର୍ଲି ନିକଟରେ କାବୁ କରାଯାଇ ବାନ୍ଦ୍ରା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଆଇପିସି ଏବଂ ମୋଟରଗାଡ଼ି ଅଧିନିୟମର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.