ବଜ୍ରପାତରେ ଶିଶୁକନ୍ୟା ମୃତ, ୩ ଗୁରୁତର

ବଜ୍ରପାତରେ ଶିଶୁକନ୍ୟା ମୃତ, ୩ ଗୁରୁତର । ଏହି ଅଘଟଣ ଘଟିଛି  ବାଙ୍ଗିରିପୋଷି ବ୍ଲକର ସୋରିଷପାଳ ଗ୍ରାମ ପଂଚାୟତର ରଙ୍ଗାମାଟିଆ ଗ୍ରାମରେ ।

ବାଙ୍ଗିରିପୋଷି : ବଜ୍ରପାତରେ ଶିଶୁକନ୍ୟା ମୃତ, ୩ ଗୁରୁତର । ଏହି ଅଘଟଣ ଘଟିଛି  ବାଙ୍ଗିରିପୋଷି ବ୍ଲକର ସୋରିଷପାଳ ଗ୍ରାମ ପଂଚାୟତର ରଙ୍ଗାମାଟିଆ ଗ୍ରାମରେ । ମୃତ ଶିଶୁକନ୍ୟା ଜଣକ ହେଉଛନ୍ତି କାନ୍ଦ୍ରା ମାର୍ଣ୍ଡୀ ଓ ସାକ୍ର ମାର୍ଣ୍ଡୀଙ୍କ ଝିଅ ଜୟସ୍ନି ରାଣି ମାର୍ଣ୍ଡୀ (୬) । ଆହାତମାନେ ହେଲେ କାନ୍ଦ୍ରା ମାର୍ଣ୍ଡୀ ଓ ସାକ୍ର ମାର୍ଣ୍ଡୀଙ୍କ ବଡ ଝିଅ ଜାସ୍ମି ରାଣି ମାର୍ଣ୍ଡୀ (୧୦), ଶଙ୍କର ଟୁଡୁ ଓ ସିତା ଟୁଡୁଙ୍କ ପୁଅ ଲୁକେଶ ଟୁଡୁ (୬) ଏବଂ ଅନନ୍ତ ମାର୍ଣ୍ଡୀ (୪୫) ।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନ ସମୟରେ କାଳ ବୌଶାଖୀ ଯୋଗୁଁ ବର୍ଷା ହେଉଥିଲା । ଏହି ସମୟରେ ମୃତ ଶିଶୁ କନ୍ୟା ସମେତ ଆହାତମାନେ ସମସ୍ତେ ଘର ଭିତରେ ଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ସମସ୍ତେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ ।

ଘରେ ପ୍ରାଥମିକ ଉପଚାର ପରେ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଏକ ଅଟୋ ସାହାର୍ଯ୍ୟରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ଜୟସ୍ନିକୁ ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟ ଆହାତମାନଙ୍କର ଚିକିତ୍ସା ଚାଲୁ ରହିଛି । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣାର ଅନୁଧ୍ୟାନ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ତେବେ ଏଥିନେଇ ସରକାରୀ ନୀୟମ ଅନୁଯାୟୀ କ୍ଷତି ପୁରଣ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବୀ ହୋଇଛି ।

Leave A Reply

Your email address will not be published.