ପାଟଣାଗଡ଼ରେ କଳା ପଲସର ଆତଙ୍କ, ୫ ଲକ୍ଷ ଟଙ୍କା ଲୁଟ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମୁଖ୍ୟରାସ୍ତା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ବେଲପଡା ବିଡିଓଙ୍କ ପୂର୍ବତନ ଡ୍ରାଇଭର ଯତନ ମେହେରଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଲୁଟ ନେଇ ଅଭିଯୋଗ ହୋଇଛି l

ପାଟଣାଗଡ଼ : ପାଟଣାଗଡ଼ରେ କଳା ପଲସର ଆତଙ୍କ । ଦିନ ଦ୍ବିପହରରେ ୫ ଲକ୍ଷ ଟଙ୍କା ଲୁଟ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମୁଖ୍ୟରାସ୍ତା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ବେଲପଡା ବିଡିଓଙ୍କ ପୂର୍ବତନ ଡ୍ରାଇଭର ଯତନ ମେହେରଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଲୁଟ ନେଇ ଅଭିଯୋଗ ହୋଇଛି l ପାଟଣାଗଡ଼ SBI ଶାଖାରୁ ଯତନ ୫ ଲକ୍ଷ ଟଙ୍କା ଉଠାଇ ନିଜ ପୁଅ ସହ କାରରେ ଗାଁ ମାଲିମୁଣ୍ଡାକୁ ଫେରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଅଟକି ପାଖ ଦୋକାନକୁ ଯାଇଥିଲେ । ତାଙ୍କ ପୁଅ ଟଙ୍କା ବ୍ୟାଗ ଧରି କାରରେ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ କଳା ପଲସରରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ମାରିଛନ୍ତି । ଏନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.