ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର

ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର । ଦଶପଲ୍ଲା ଓ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ ।

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନମଣ୍ଡଳୀରେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କ ପ୍ରଚାର । ଦଶପଲ୍ଲା ଓ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ । ତାଙ୍କ ସହ ପ୍ରଚାର ମଇଦାନରେ ଅଛନ୍ତି ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା।

ପ୍ରଚାର କାର୍ଯ୍ୟକ୍ରମ ପ୍ରଥମେ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବୁଗୁଡ଼ା ଠାରୁ ଆରମ୍ଭ ହୋଇଥିଲା । ଏହା ପରେ ଘୁଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତର ମକର ପ୍ରସାଦ ହୋଇ ବଡ଼ସିଲିଙ୍ଗାରେ ପହଞ୍ଚିଥିଲା । ସେଠାରେ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ସଂପର୍କରେ କହିଥିଲେ ଡ. ଅଚ୍ୟୁତ ସାମନ୍ତ । ଆସନ୍ତା ୨୦ ତାରିଖ ରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜେଡିର ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.