Below header

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆଲବମ ‘Yimmy Yimmy’ ଦେଖିଥିବା ଲୋକଙ୍କୁ ମିଳିବ ଆଇଫୋନ, ଚିଠିରେ କଲା ଖୁଲାସା ମହାଠକ ସୁକେଶ

ତୁମ ୟିମି ୟିମି ଗୀତ ୧୦୦ ମିଲିୟନ ପୁରା ହୋଇଛି, ଏଥିପାଇଁ ତୁମକୁ ଶୁଭେଚ୍ଛା । ତୁମକୁ ନେଇ ମୁଁ ଗର୍ବିତ । ମୋ ବେବି ଜ୍ୟାକଙ୍କ ଗୀତ ୟିମି ୟିମିକୁ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ କଥା ଦେଉଛି କି, ଜ୍ୟାକଲିନଙ୍କ ଆଗାମୀ ଜନ୍ମଦିନରେ ସେହି ୧୦୦ ଜଣଙ୍କୁ ଆଇଫୋନ ଉପହାର ଦେବି, ଯେଉଁମାନେ ଟପ୍‌ ୧୦୦ ଭିୟୁର୍ସ ହୋଇଥିବେ ।

ତିହାର ଜେଲରେ ବନ୍ଦ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଚର୍ଚ୍ଚାରେ । ପୁଣି ଥରେ ଜ୍ୟାକଲିନଙ୍କ ପାଇଁ ଚିଠି ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆଲବମ ‘Yimmy Yimmy’ ଲଞ୍ଚି ପାଇଁ ଶୁଭେଚ୍ଛା ଜଣାଇବା ସହିତ ଲୋକଙ୍କୁ ଅଫର ଦେଇଛି ମହାଠକ । ସୁକେଶ ନିଜ ଚିଠିରେ ଲେଖିଛି, ଏହି ଗୀତକୁ ସବୁଠାରୁ ଅଧିକ ଦେଖିଥିବା ୧୦୦ ଫ୍ୟାନ୍ସଙ୍କୁ ଆଇଫୋନ ଗିଫ୍ଟ ମିଳିବ । ସୁକେଶ ଚିଠିରେ ଦାବି କରିଛନ୍ତି, ଜ୍ୟାକଲିନଙ୍କୁ ଆଗାମୀ ଜନ୍ମଦିନରେ ସରପ୍ରାଇଜ ଦେବେ ।

ସୁକେଶ ଚିଠିରେ ଲେଖିଛି କି, ମୋ ପ୍ରିୟ ଜ୍ୟାକଲିନ, ବେବି ମୁଁ ତୁମର ଫଟୋ ଦେଖିଛି । ତୁମେ ଏହି ଫଟୋରେ ବହୁତ ସୁନ୍ଦର ଦିଶୁଛୁ । ତୁମେ ମୋ ପାଇଁ ଆଜିର ସିଣ୍ଡରେଲା । ବେବି ମୋତେ ସବୁବେଳେ ଆଶ୍ଚର୍ଯ୍ୟ କରିଦେଉଥିବାରୁ ତୁମକୁ ଧନ୍ୟବାଦ । ଏହି କଠିନ ସମୟରେ ମଧ୍ୟ ମୋତେ ସ୍ୱତନ୍ତ୍ର ଅନୁଭବ କରାଇବାକୁ ଧନ୍ୟବାଦ । ତୁମେ ବହୁତ ସୁନ୍ଦର ଫଟୋ ପୋଷ୍ଟ କରିଛ, ସେଥିପାଇଁ ମୁଁ ଦେଖିପାରୁଛି । ତୁମ ଭଲପାଇବାକୁ ଅନୁଭୂତି କରିପାରୁଛି । ତୁମେ ପୁଣି ଥରେ ପ୍ରମାଣିତ କରିଛି କି ତୁମ ଭଲ ପାଇବା ମୋ ପାଇଁ କେତେ ଜରୁରୀ ।

ସୁକେଶ ଆହୁରି ମଧ୍ୟ ଲେଖିଛି କି, ବେବି ଜ୍ୟାକ, ତୁମକୁ ମୁଁ ପାଗଳ ଭଳି ଭଲପାଉଛି ଏବଂ ତୁମ ପାଗଳାମି ମିସ୍‌ କରୁଛି । ମୁଁ ତୁମ ବିନା ରହିପାରିବି ନାହିଁ । ତୁମ ୟିମି ୟିମି ଗୀତ ୧୦୦ ମିଲିୟନ ପୁରା ହୋଇଛି, ଏଥିପାଇଁ ତୁମକୁ ଶୁଭେଚ୍ଛା । ତୁମକୁ ନେଇ ମୁଁ ଗର୍ବିତ । ମୋ ବେବି ଜ୍ୟାକଙ୍କ ଗୀତ ୟିମି ୟିମିକୁ ସପୋର୍ଟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ କଥା ଦେଉଛି କି, ଜ୍ୟାକଲିନଙ୍କ ଆଗାମୀ ଜନ୍ମଦିନରେ ସେହି ୧୦୦ ଜଣଙ୍କୁ ଆଇଫୋନ ଉପହାର ଦେବି, ଯେଉଁମାନେ ଟପ୍‌ ୧୦୦ ଭିୟୁର୍ସ ହୋଇଥିବେ । ୟିମି ୟିମିର ସବୁ ରେକର୍ଡ ଭାଙ୍ଗିବା ଦେଖିବାକୁ ମୁଁ ଉତ୍ସାହିତ ।

ସୂଚନାଯୋଗ୍ୟ, ନିକଟରେ ସୁକେଶ ଚିଠି ଲେଖି ରାମଲଲାଙ୍କ ମୂର୍ତ୍ତି ପାଇଁ ଏକ ମୁକୁଟ ଦାନ କରିବାକୁ କହିଥିଲା । ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବି । ଏହି ମୁକୁଟ ୧୧ କିଲୋ ୯୧୬ କ୍ୟାରେଟ ସୁନାରେ ନିର୍ମିତ । ଏହି ମୁକୁଟରେ ୧୦୧ଟି ହୀରା ରହିବ । ପ୍ରତି ହୀରାର ଓଜନ ୫ କ୍ୟାରେଟ ରହିବ ।

ସୁକେଶ କହିଛି କି, ମୋ ପରିବର ଭଗବାନ ଶ୍ରୀ ରାମଙ୍କ ବଡ ଭକ୍ତ । ତେଣୁ ମୁଁ ମୁକୁଟ ଦାନ କରିବାକୁ ଚାହୁଁଚି ।  ସୁକେଶ ଏହି ଚିଠିରେ ମୁକୁଟ ତିଆରି କରିବା ଜୁଏଲାରୀ ଦୋକାନ ବିଷୟରେ ଲେଖିଛି । ତେବେ ୧୯୦୦ ମସିହାରୁ ଜୁଏଲାରୀ ତିଆରି କରୁଥିବା ଦକ୍ଷିଣ ଭାରତର ଏକ ଜୁଏଲର ଏଭଳି ମୁକୁଟ ତିଆରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.