କୋର୍ଟ ବାହାରେ ପହଁଚିଲା ଆମ୍ବୁଲାନ୍ସ, ରୋଗୀ ବଦଳରେ ଓଲ୍ହାଇଲେ କଏଦୀ

ଆମେ ଏସବୁ ଦେଖି ଟିକେ ଆଶ୍ଚର୍ଯ୍ୟ ହେଇଗଲୁ । ଆମ୍ବୁଲାନ୍ସ ଭିତରେ ରୋଗୀ ନହୋଇ କଣ ଏ କଏଦୀ ସବୁ ବାହାରିଲେ । ତେବେ ଏମାନେ ଆମ୍ବୁଲାନ୍ସରେ କାହିଁକି ଆସିଛନ୍ତି କୋର୍ଟକୁ । ଆମେ ସେ ବିଷୟରେ ତଥ୍ୟ ସଂଗ୍ରହ କଲୁ, ଆଉ ଯାହା କାରଣ ପାଇଲୁ ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ କିନ୍ତୁ ବାସ୍ତବରେ ଏମାନେ କୌଣସି ରୋଗୀ ନୁହେଁ ବରଂ କଏଦୀ ।

ମୟୁରଭଞ୍ଜ (କେନ୍ୟୁଜ) : ବାରିପଦା କୋର୍ଟ ଆଗରେ ହଠାତ୍‌ ଅଟକିଗଲା ଏକ ଆମ୍ବୁଲାନ୍ସ । ଆମେ ଭାବିଲୁ କୋର୍ଟ ଆଗରେ ଏମିତି ଆମ୍ବୁଲାନ୍ସଟି ରହିଗଲା ଯେ ହଠାତ୍‌ । ବୋଧହୁଏ ଆଗରେ ରାସ୍ତା ଜାମ୍‌ ଅଛି ସେଥିପାଇଁ ଅଟକିଗଲା ଏ କୋର୍ଟ ଆଗରେ । କିନ୍ତୁ କିଛି ସମୟ ପରେ ଦେଖିଲୁ ଆମ୍ବୁଲାନ୍ସ ଭିତରୁ ବାହାରିଲେ ଜଣେ ଖାକି ବର୍ଦ୍ଦି ପିନ୍ଧିଥିବା ଜଣେ ମହିଳ ପୋଲିସ ଅଧିକାରୀଙ୍କୁ । ସେ ଆସି ଆମ୍ବୁଲାନ୍ସ ପଛ ଡୋର ପାଖେ ଛିଡା ହେଲେ । ଆଉ ତାପରେ କିଛି ସମୟ ପରେ ଦେଖିଲୁ ଯେ ଆମ୍ବୁଲାନ୍ସ ଭିତରୁ ଜଣ ଜଣ କରି ବାହାରିଲେ ୪ ଜଣ ଲୋକ । ଟିକେ ନିରିଖେଇ ଦେଖିଲୁ ଯେ ସେମାନଙ୍କ ହାତରେ ପଡିଛି ହାତକଡି । ଆମେ ଏସବୁ ଦେଖି ଟିକେ ଆଶ୍ଚର୍ଯ୍ୟ ହେଇଗଲୁ । ଆମ୍ବୁଲାନ୍ସ ଭିତରେ ରୋଗୀ ନହୋଇ କଣ ଏ କଏଦୀ ସବୁ ବାହାରିଲେ । ତେବେ ଏମାନେ ଆମ୍ବୁଲାନ୍ସରେ କାହିଁକି ଆସିଛନ୍ତି କୋର୍ଟକୁ । ଆମେ ସେ ବିଷୟରେ ତଥ୍ୟ ସଂଗ୍ରହ କଲୁ, ଆଉ ଯାହା କାରଣ ପାଇଲୁ ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ କିନ୍ତୁ ବାସ୍ତବରେ ଏମାନେ କୌଣସି ରୋଗୀ ନୁହେଁ ବରଂ କଏଦୀ । ଆଉ ଏମାନେ ଏ ଆମ୍ବୁଲାନ୍ସ ଆସିଛନ୍ତି କୋର୍ଟକୁ ।

ହଁ ଆଜ୍ଞା ଆମ୍ୱଲାନ୍ସରେ ରୋଗୀ ବୁହା ହେବା କଥା ଆପଣ ଶୁଣିଥିବେ ହେଲେ କେବେ ଶୁଣିଛନ୍ତି କି ବିଚରାଧୀନ କଏଦୀ ଜେଲରୁ କୋର୍ଟକୁ ଆମ୍ୱୁଲାନ୍ସରେ ଯିବାର । ଥରେ ନଜର ପକାନ୍ତୁ ଏ ଚିତ୍ରକୁ କେମିତି ଆମ୍ୱୁଲାନ୍ସରେ ଜେଲରୁ ବିଚରାଧୀନ କଏଦୀକୁ ନିଆଯାଉଛି କୋର୍ଟ । ଏ ଦୃଶ୍ୟ ହେଉଛି ମୟୁରଭଞ୍ଜ ଜିଲ୍ଲାର। ଜିଲ୍ଲାର ଉଦଳା ଉପକାରାଗାରରୁ ଆମ୍ୱଲାନ୍ସ ଯୋଗେ ବିଚାରଧୀନ କଏଦୀ ମାନଙ୍କୁ ବାରିପଦା କୋର୍ଟକୁ ଅଣାଯାଉଛି ।

ପୋଲିସ ଏସକର୍ଟ ଟିମ୍ ସାଙ୍ଗରେ ବିଚରାଧୀନ କଏଦୀ ମାନଙ୍କୁ ନେଇ ଯାତ୍ରା କରୁଛି ଆମ୍ୱଲାନ୍ସରେ । ପୋଲିସ ଗାଡି କି କୋର୍ଟ ଭ୍ୟାନ୍ ନୁହଁ ବରଂ ଆମ୍ୱୁଲାନ୍ସ ପାଲଟିଛି ଏବେ କୋର୍ଟ ଭ୍ୟାନ୍ । ଆମକୁ ଯେମିତି ଏ ଚିତ୍ର ଦେଖି ଅଡୁଆ ଲାଗୁଥିଲା ଠିକ ସେଥିରେ ବସୁଥିବା ପୋଲିସ ଅଫିସରଙ୍କୁ ମଧ୍ୟ ଅଡୁଆ ଲାଗୁଛି ଏଥିରେ ଯିବାକୁ । ସେଥିପାଇଁ ତ ଏ ଦୃଶ୍ୟକୁ ଉତ୍ତୋଳନ କଲାବେଳେ ପୋଲିସ ମଧ୍ୟ କହୁଛନ୍ତି କର କର ଭଲ କି ଭିଡିଓ କର ଆଉ ଭାଇରାଲ କର । ଶନିବାର ଉଦଳା ଉପ କାରଗାରରୁ ୪ ଜଣ କଏଦୀଙ୍କୁ ନେଇ ଏହି ଆମ୍ୱୁଲାନ୍ସଟି ଆସିଥିଲା ବାରିପଦା ସ୍ଥିତ ଜିଲ୍ଲା ଓ ଦୌରାଜଜ୍ କୋର୍ଟକୁ । ତେବେ କହିବାକୁ ଚାହିଁବୁ ଯେ ଯଦି କୋର୍ଟ ଭ୍ୟାନରେ ଅଭାବ ରହିଛି ତାହେଲେ ଏଥିପ୍ରତି ବିଭାଗ ନିଶ୍ଚିତ ଧ୍ୟାନ ଦେବା ଦରକାର । କିନ୍ତୁ ଏପରି ଭାବେ ଆମ୍ବୁଲାନ୍ସ ଯଦି କଏଦୀ ବୁହା କାମ କରିବ ତାହେଲେ ରୋଗୀଙ୍କୁ ହସ୍ପିଟାଲକୁ କିଏ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.