ସୁପର ସଣ୍ଡେରେ ହେବ ସୁପର ଫାଇଟ୍, କୋଲକାତା ଓ ହାଇଦ୍ରାବାଦ ଭିତରେ ହେବ ଟାଇଟଲ୍ ଲଢେଇ

ଆଜି ଆଇପିଏଲ ସୁପରଫାଇନାଲ । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । କୋଲକାତା ନାଇଟ୍ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ଭିତରେ ହେବ ଟାଇଟଲ୍ ଲଢେଇ । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଆଇପିଏଲର ୨୦୨୪ ସଂସ୍କରଣର ନିର୍ଣ୍ଣାୟକ ମୁକାବିଲା । କ୍ବାଲିଫାୟର ୧ରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଟିକେଟ୍ କାଟିଥିଲା କେକେଆର୍ ।

ସେହିଭଳି ଦ୍ବିତୀୟ କ୍ବାଲିଫାୟରରେ ରାଜସ୍ଥାନକୁ ୩୬ ରନରେ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲା ସନ ରାଇଜର୍ସ । ଆଜି ହାଇଦ୍ରାବାଦକୁ ହରାଇ ତୃତୀୟ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଶ୍ରେୟସ ଆୟର ଆଣ୍ଡ କୋ । ସେହିଭଳି ଦ୍ବିତୀୟ ଟାଇଟଲ୍ ଲକ୍ଷ୍ୟରେ ପେଟ୍ କମିନ୍ସଙ୍କ ଟିମ୍ । ଆଇପିଏଲ ଇତିହାସରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ଭିତରେ ୨୭ ଥର ହୋଇଛି ମୁହାଁମୁହିଁ । ଯାହା ଭିତରୁ କେକେଆର୍ ଜିତିଛି ୧୮ ଥର ଓ ଏସଆରଏଚ ନାଁରେ ରହିଛି ୯ଟି ବିଜୟ ।

ଆଇପିଏଲର ଗତ ୮ଟି ମୁକାବିଲାରେ ୨ଟି ମ୍ୟାଚକୁ ଛାଡିଦେଲେ ଗୋଟିଏ ମ୍ୟାଚ୍ ହାରିନାହିଁ କୋଲକାତା । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଦଳ ଭିତରେ ୨ ଥର ଲଢେଇ ହୋଇଛି । ଉଭୟ ଥିରେ ବାଜି ମାରିଛି କେକେଆର୍ । ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ୪ଥର ଫାଇନାଲକୁ ପ୍ରବେଶ କରିଛି ଦଳ । ଯାହା ଭିତରୁ ୨ଥର ବିଜେତା ଓ ଅନ୍ୟ ୨ଥର ଉପ ବିଜେତା ରହିଛି । ୨୦୧୨ ଓ ୨୦୧୪ରେ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଟାଇଟଲ୍ ଜିତିଥିଲା କୋଲକାତା ନାଇଟ୍ ରାଇଡର୍ସ । ସେହିଭଳି ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ କେବଳ ଥରେ ମାତ୍ର ଟାଇଟଲ୍ କବଜା କରିଥିଲା ।

Leave A Reply

Your email address will not be published.