ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ମତଦାନ ହାର ୭୧% ରହିଛି

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ସରିଛି ମତଦାନ । ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ହୋଇଛି ମତଦାନ । ରାଜ୍ୟରେ ମତଦାନ ହାର ୭୧% ରହିଛି।

ଭୁବନେଶ୍ୱର (କେନ୍ୟୁଜ): ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ସରିଛି ମତଦାନ । ଇଭିଏମରେ ସିଲ ହେଲା ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ହୋଇଛି ମତଦାନ । ରାଜ୍ୟରେ ମତଦାନ ହାର ୭୧% ରହିଛି ।

ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୭୬. ୬୩% ମତଦାନ ହୋଇଥିବା ବେଳେ ଭୁବନେଶ୍ବର ଆସନରେ ସର୍ବନିମ୍ନ ୬୨ % ଭୋଟିଂ ହୋଇଛି। ନୈରାଶ୍ୟଜନକ ରହିଛି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ତିନି ସହରାଞ୍ଚଳ ବିଧାନସଭା ଆସନରେ ଭୋଟିଂ। ଭୁବନେଶ୍ବର ମଧ୍ୟ ବିଧାନସଭା ଆସନରେ ୫୧.୧୯%, ଭୁବନେଶ୍ବର ଉତ୍ତରରେ ୫୧ % ଓ ଏକାମ୍ର ଭୁବନେଶ୍ବରରେ ୫୫. ୬୬ % ମତଦାନ ହୋଇଛି। କଟକ ସଂସଦୀୟ କ୍ଷେତ୍ରରେ ୬୭.୩୬ ପ୍ରତିଶତ, ପୁରୀରେ ୭୩.୮୧ପ୍ରତିଶତ, ଢେଙ୍କାନାଳରେ ୭୩. ୬୯ ପ୍ରତିଶତ ଓ କେନ୍ଦୁଝରରେ ୭୩. ୩୦ପ୍ରତିଶତ ମତଦାନ ହୋଇଛି।

Leave A Reply

Your email address will not be published.