ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ରେମାଲ’, ଛଅ ଘଣ୍ଟା ମଧ୍ୟରେ ନେବ ଭୀଷଣ ରୂପ

ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ । ଆସନ୍ତା ଛଅ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ । ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ଆଜି କାଲି ପାଇଁ ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ । ଆସନ୍ତା ଛଅ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ । ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ସେତେବେଳେ ବାତ୍ୟାର ପବନ ବେଗ ଥିବ ୧୧୦ରୁ ୧୨୦ କିମି ପ୍ରତି ଘଣ୍ଟା । ଏହା ୧୩୫ କି.ମି ପର୍ଯ୍ୟନ୍ତ ରହିପାରେ। ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ।

ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ। କିନ୍ତୁ ଉପକୂଳ ଓଡ଼ିଶାରେ ପବନର ବେଗ ବଢିବ। ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ବାତ୍ୟା ପ୍ରଭାବରେ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନ ରହିଛି। ଆଜି କାଲି ପାଇଁ ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି

Leave A Reply

Your email address will not be published.