ଭୋଟିଂ ବେଳେ ଭଙ୍ଗାରୁଜା ଅଭିଯୋଗ: ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ

ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ। ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛନ୍ତି ଖୋର୍ଦ୍ଧା SDPO । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ ପରେ ଖୋର୍ଦ୍ଧା ଜେଲକୁ ପଠାଯାଇଛି ।

ଖୋର୍ଦ୍ଧା (କେନ୍ୟୁଜ): ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ। ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛନ୍ତି ଖୋର୍ଦ୍ଧା SDPO । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ ପରେ ଖୋର୍ଦ୍ଧା ଜେଲକୁ ପଠାଯାଇଛି ।

ସୂଚନା ଅନୁସାରେ ଗତକାଲି ବୁଥରେ ଇଭିଏମ ଭାଙ୍ଗିବା, ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଭୋଟିଂ ଚାଲିଥିବା ବେଳେ ବୁଥରେ ପଶି ଭଙ୍ଗାରୁଜା କରିଥିଲେ । ଏନେଇ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡି । ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା ବିଜେଡି । ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତରେ ଭୋଟିଂ ବେଳେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଇଭିଏମ ଭାଙ୍ଗି ପ୍ରଶାନ୍ତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିରେ ଫେରାର ହେଉଥିବା ବେଳେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି ପୋଲିସ ।

Leave A Reply

Your email address will not be published.