‘ମା’ ପରି କେହି ନାହିଁ , ଛୁଆର ଜୀବନ ରକ୍ଷା କରୁକରୁ ନିଜେ ଖରାରେ ଦେଇଦେଲା ଜୀବନ

ମା’ ତା ପାଇଁ ଶଦ୍ଦ ନାହିଁ । ସେ ତ ଶକ୍ତିସୂରୂପା । ମା’ ଗୋଟିଏ ଶବ୍ଦରେ ଯେମିତି ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । କେବଳ ଶବ୍ଦଟିଏ ନୁହେଁ ବରଂ ଅସୀମ ବଳ, ଧର୍ଯ୍ୟ ଓ ସହନଶୀଳର ପ୍ରତୀକଟିଏ । ମୃତ୍ୟୁର କୋଳରେ ଶୋଇ ଯିଏ ଜୀବନକୁ ଜନ୍ମ ଦିଏ ସେ ହେଉଛି ମା’। ଜଣେ ମା ନିଜ ସନ୍ତାନ ପାଇଁ ଦୁନିଆର ପ୍ରତ୍ୟେକ ବିପଦ ପାଇଁ ଠିଆ ହୁଏ ଏବଂ ଏହା ବିରୁଦ୍ଧରେ ଲଢ଼େଇ କରିବାକୁ ପଛଘୁଞ୍ଚା ଦିଏ ନାହିଁ । ସେଥିପାଇଁ କୁହାଯାଏ ଯେ ଯଦି ଇଶ୍ୱରଙ୍କ ଠାରୁ ମହାନ୍ କେହି ଅଛନ୍ତି, ତେବେ ସେ କେବଳ ମା । ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ସମାନ ଦୃଶ୍ୟମାନ ହେଉଛି । ଯାହାକୁ ଲୋକମାନେ ଦେଖିବା ପରେ ଭାବପ୍ରବଣ ହେବା ସହ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ।

ମା ଏବଂ ଶିଶୁଙ୍କ ମଧ୍ୟରେ ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ପବିତ୍ର ଏବଂ ନିସ୍ୱାର୍ଥପର ସମ୍ପର୍କ । ଜଣେ ମା ନିଜ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଯେକୌଣସି ସ୍ତରକୁ ଯାଇପାରେ । ଭାଇରାଲ ହେଉଥିବା ଏକ ଭିଡିଓରେ, ଜଣେ ମା ପକ୍ଷୀ ନିଜ ସନ୍ତାନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବଳି ଦେଇଦେଇଛି । ଏହା ଦେଖି ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ । ଏବଂ ନିଜ ମାଙ୍କୁ ଯଦି ଅସମ୍ମାନ କରୁଥିବେ ତେବେ ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ମନ ପରିବର୍ତ୍ତନ ହୋଇଯିବ । ଆଉ କେବେ ମଧ୍ୟ ନିଜ ମାଙ୍କୁ ଏପରି ଅସମ୍ମାନ କରିବେନି ।

ଆପଣ ଏହି ଭିଡିଓଟିରେ ଦେଖିପାରୁଥିବେ ଯେ, ଗୋଟିଏ ପକ୍ଷୀ ସୂର୍ଯ୍ୟଙ୍କ ରଶ୍ମୀରେ ଶାନ୍ତିରେ ଶୋଇଛି । ଯେତେବେଳେ ବ୍ୟକ୍ତି ଜଣକ ପକ୍ଷୀ ନିକଟକୁ ଯାଇ ଦେଖିଥିଲେ ଯେ କପୋତଟି ପ୍ରକୃତରେ ନିଜ ଜୀବନ ତ୍ୟାଗ କରିଛି ଏବଂ ଏହାର ଶିଶୁ ତାର ଡେଣା ତଳେ ସୁରକ୍ଷିତ ଅଛି । ଭିଡିଓଟିକୁ ଦେଖିବା ପରେ ଲୋକମାନେ ଭାବପ୍ରବଣ ହୋଇଯାଇଛନ୍ତି ।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ anita_suresh_sharma ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ୬ ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବାବେଳେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି । ଏହା ଉପରେ ମନ୍ତବ୍ୟ ଦେଇ ବିଭିନ୍ନ ଉପଭୋକ୍ତାମାନେ ମା ଏବଂ ଶିଶୁଙ୍କ ସମ୍ପର୍କକୁ ନେଇ ପ୍ରଶଂସା କରିଛନ୍ତି ଏବଂ ଭାବପ୍ରବଣ ହୋଇଛନ୍ତି ।

 

 

 

Leave A Reply

Your email address will not be published.