ହାଇ କୋଲେଷ୍ଟ୍ରଲ ଯୋଗୁ ଚିନ୍ତିତ କି ? ପ୍ରତିଦିନ ସକାଳେ ପିଅନ୍ତୁ ଚିୟା ସିଡ୍ସ ପାଣି

ବ୍ଲଡ ଫ୍ରେସର ବଢିବାର ମୁଖ୍ୟ କାରଣ ହେଉଛି କୋଲେଷ୍ଟ୍ରଲ ବଢିବା । ବାସ୍ତବରେ ଯେତେବେଳେ ଆପଣ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେଥିରୁ ବାହାରିଥିବା ଫ୍ୟାଟ୍ କଣିକା ଏବଂ ଟ୍ରାଇଗ୍ଲାଇସରାଇଡ୍ ଧମନୀରେ ଲାଗିଥାଏ । ଏହି କାରଣରୁ ଧମନୀ ଭିତରୁ ସଂକୀର୍ଣ୍ଣ ହୁଏ ଏବଂ ରକ୍ତ ବାହାରିବା ପାଇଁ ସ୍ଥାନ ରହିନଥାଏ । ଏଭଳି ପରିସ୍ଥିତିରେ ବ୍ଲଡ ପ୍ରେସର ଏବଂ ହାର୍ଟ ଆଟାକର ଆଶଙ୍କା ବଢିଯାଏ ।

ଶରୀରରେ ଅଧିକ କୋଲେଷ୍ଟ୍ରଲ ହେଲେ ବ୍ଲଡ ପ୍ରେସର ସମସ୍ୟା ଦେଖାଯାଏ । ବ୍ଲଡ ଫ୍ରେସରର ମୁଖ୍ୟ କାରଣ ହେଉଛି କୋଲେଷ୍ଟ୍ରଲ ବଢିବା । ବାସ୍ତବରେ ଯେତେବେଳେ ଆପଣ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେଥିରୁ ବାହାରିଥିବା ଫ୍ୟାଟ୍ କଣିକା ଏବଂ ଟ୍ରାଇଗ୍ଲାଇସରାଇଡ୍ ଧମନୀରେ ଲାଗିଥାଏ । ଏହି କାରଣରୁ ଧମନୀ ଭିତରୁ ସଂକୀର୍ଣ୍ଣ ହୁଏ ଏବଂ ରକ୍ତ ବାହାରିବା ପାଇଁ ସ୍ଥାନ ରହିନଥାଏ । ଏଭଳି ପରିସ୍ଥିତିରେ ବ୍ଲଡ ପ୍ରେସର ଏବଂ ହାର୍ଟ ଆଟାକର ଆଶଙ୍କା ବଢିଯାଏ । ଏଥିପାଇଁ ଏହା ଜରୁରୀ ଯେ ଆପଣ ଏପରି ଖାଦ୍ୟ ଖାଆନ୍ତୁ ଯାହା ଧମନୀକୁ ଭିତରୁ ସଫା କରିଥାଏ । ଏପରି ଜିନିଷ ଖାଆନ୍ତୁ ଯାହା କୋଲେଷ୍ଟ୍ରଲ କମ୍‌ କରିବାରେ ଏବଂ ବିପି ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ତେବେ କିଛି ଏପରି ମଞ୍ଜି ଅଛି, ଯାହା ଏଥିପାଇଁ ଫଳପ୍ରଦ ଭାବରେ କାମ କରେ । ଆସନ୍ତୁ ଜାଣିବା ହାଇ କୋଲେଷ୍ଟ୍ରଲ କମ୍‌ କରିବା ପାଇଁ କଣ ଖାଇବା ଉଚିତ ।

ଅଧିକାଂଶ ଲୋକ ଓଜନ କମ୍‌ କରିବା ପାଇଁ ଚିୟା ସିଡ୍ସ ଖାଆନ୍ତି, କିନ୍ତୁ ଏହାର ବିଶେଷ ଜେଲି କମ୍ପାଉଣ୍ଡ ହେତୁ ଏହା ହାଇ କୋଲେଷ୍ଟ୍ରଲ କମ୍‌ କରିବାରେ ସାହାଯ୍ୟ କରେ । ଏହା ଧମନୀରେ ଲାଗିଥିବା କୋଲେଷ୍ଟ୍ରଲ କଣିକାକୁ ବାହାର କରିବାରେ ସାହାଯ୍ୟ କରେ । ଏହି ମଞ୍ଜି ଖାଇବା ଦ୍ୱାରା ଶରୀରରୁ ଫ୍ୟାଟ୍‌ ଏବଂ ଲିପିଡସ୍‌ ମଧ୍ୟ ବାହାରିଥାଏ । ଏହି କାରଣରୁ କୋଲେଷ୍ଟ୍ରଲ ଧମନୀରେ ଜମା ହୁଏ ନାହିଁ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ । ହାଇ ବ୍ଲଡ ପ୍ରେସର ଏବଂ ଅନେକ ରୋଗରେ ଚିଆ ସିଡ୍ସ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।

ହାଇ କୋଲେଷ୍ଟ୍ରଲ ରୋଗୀ କିପରି ଚିଆ ସିଡ୍ସ ଖାଇବା ଉଚିତ୍ ? ଆପଣ ଏହାକୁ ଅନେକ ଉପାୟରେ ସେବନ କରିପାରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଅତି ସହଜ ଉପାୟ କହିବୁ । ଏଥିପାଇଁ ଆପଣଙ୍କୁ ଚିଆ ସିଡ୍ସକୁ ୧ ଗ୍ଲାସ୍ ପାଣିରେ ଭିଜାଇବାକୁ ପଡିବ । ଏହା ପରେ ପ୍ରାୟ ୧ ଘଣ୍ଟା ପରେ, ସେଥିରେ ଆଉ କିଛି ପାଣି ମିଶାଇ ପିଅନ୍ତୁ । ତେବେ ସପ୍ତାହରେ ଅତି କମରେ ୩ ଦିନ ଚିଆ ପାଣି ପିଅନ୍ତୁ । ଏପରି ଭାବେ କୋଲେଷ୍ଟ୍ରଲ ଲେବଲ ଆପେ ଆପେ ନିୟନ୍ତ୍ରିତ ହେବା ଆରମ୍ଭ କରିବ ।

ବହୁତ ଶୀଘ୍ର ବଢୁଥିବା ଓଜନ ମଧ୍ୟ ହାର୍ଟ, ହାଇ କୋଲେଷ୍ଟ୍ରଲ ଏବଂ ବିପି ଭଳି ରୋଗର କାରଣ ପାଲଟିଛି । ଯଦି ଆପଣ ପ୍ରତିଦିନ ଚିଆ ସିଡ୍ସ ପାଣି ପିଉଛନ୍ତି୍‌, ଏହା ମଧ୍ୟ ଓଜନ କମ୍‌କୁ ତ୍ୱରାନ୍ୱିତ କରିବ । ଏହା ସହ ଚିଆ ସିଡ୍ସ ପାଣି ହଜମ ଶକ୍ତିକୁ ମଧ୍ୟ ଭଲ କରିଥାଏ । ଯେଉଁମାନଙ୍କର ଫ୍ୟାଟି ଲିଭର ସମସ୍ୟା ଅଛି ସେମାନେ ମଧ୍ୟ ଚିଆ ସିଡ୍ସ ଖାଇବା ଉଚିତ୍ । ଯଦି ଆପଣ ଏପର୍ଯ୍ୟନ୍ତ ଚେଷ୍ଟା କରିନାହାଁନ୍ତି, ତେବେ ନିଶ୍ଚିତ ଭାବରେ ଚିଆ ସିଡ୍ସ ପାଣି ଥରେ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.