ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ୨ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । www.orissaresults.nic.in ରେ ଉପଲବ୍ଧ ହେବ ଫଳାଫଳ ।

କଟକ (କେନ୍ୟୁଜ):  ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । www.orissaresults.nic.in ରେ ଉପଲବ୍ଧ ହେବ ଫଳାଫଳ । ଏହା ସହିତ ଇ- ସ୍ପେସ୍ ଓ ଡିଜି ଡିଜିଲକର୍ ମାଧ୍ୟମରେ ମଧ୍ୟ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ଲକ୍ଷ ୧୬ ହଜାର୬୨୦, ବାଣିଜ୍ଯରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି ।

ତେବେ ମୋଟ ପାସ ହାର ୮୬.୯୩ ପ୍ରତିଶତ ରହିଛି । କଳାରେ ପାସ୍ ହାର ୮୦.୯୫ ପ୍ରତିଶତ । ବିଜ୍ଞାନରେ ୮୬.୯୩ ପ୍ରତିଶତ ପାସ୍ ହାର । ବାଣିଜ୍ୟରେ ୮୨.୨୭ ପ୍ରତିଶତ ପାସ୍ ହାର । www.orissaresults.nic.inରେ ଉପଲବ୍ଧ ଫଳାଫଳ । ଏହା ସହିତ ଇ- ସ୍ପେସ୍ ଓ ଡିଜିଲକର୍ ମାଧ୍ୟମରେ ମଧ୍ୟ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

ସୂଚନା ଅନୁସାରେ ଆଜି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ମାଟ୍ରିକ ପାସ ହାର ୯୬.୦୭ % ରହିଛି । ଚଳିତ ଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଛାତ୍ରୀଙ୍କ ପାସ୍‌ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ହାର ରହିଛି ୯୫.୩୯ ପ୍ରତିଶତ ରହିଛି । ୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । କୌଣସି ସ୍କୁଲରେ ଶୁନ ରେଜଲ୍ଟ ନାହିଁ ବୋଲି ସୂଚନା ରହିଛି ।

ଏହାବ୍ୟତୀତ ଖୋର୍ଦ୍ଧାରେ ସର୍ବାଧିକ ପାସହାର୍ ୯୭.୯୮% ରହିଛି । କଟକରେ ପାସହାର୍ ୯୭.୫୮% , ଢେଙ୍କାନାଳରେ ପାସହାର୍ ୯୫.୧୨%, ବାଲେଶ୍ୱରରେ ପାସହାର୍ ୯୬.୧୦%, ଜଗତସିଂହପୁରରେ ପାସହାର୍ ୯୭.୬୦%, ପୁରୀରେ ପାସହାର୍ ୯୬.୭୬%, କେନ୍ଦୁଝରରେ ୯୪.୮ ପ୍ରତିଶତ ରହିଛି ।

Leave A Reply

Your email address will not be published.