ଗୁପ୍ଚୁପ୍ ପାଇଁ ମହାଭାରତ ; ଆହତ ହୋଇ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି, ବନ୍ଧା ହେଲେ ୫ ଜଣ
ଗୁପ୍ଚୁପ୍ ଖାଇବାକୁ କିଏ ବା ଭଲ ନପାଏ । ଗୁପ୍ଚୁପ୍ ନାଁ ଶୁଣିଲେ ପାଟିରୁ ଲାଳ ବହିଆସେ । କିନ୍ତୁ ଏହି ଗୁପ୍ଚୁପ୍ ପାଇଁ ଗଣ୍ଡଗୋଳ ଦେଖିବାକୁ ମିଳିବ ତାହା ଆଦୌ ଭଲ କଥା ନୁହେଁ । ଏହି ଗୁପ୍ଚୁପ୍ ଖାଇବାକୁ ନେଇ ହୋଇଛି ମହାଭାରତ ।

ଗୁପ୍ଚୁପ୍ ଖାଇବାକୁ କିଏ ବା ଭଲ ନପାଏ । ଗୁପ୍ଚୁପ୍ ନାଁ ଶୁଣିଲେ ପାଟିରୁ ଲାଳ ବହିଆସେ । କିନ୍ତୁ ଏହି ଗୁପ୍ଚୁପ୍ ପାଇଁ ଗଣ୍ଡଗୋଳ ଦେଖିବାକୁ ମିଳିବ ତାହା ଆଦୌ ଭଲ କଥା ନୁହେଁ । ଏହି ଗୁପ୍ଚୁପ୍ ଖାଇବାକୁ ନେଇ ହୋଇଛି ମହାଭାରତ । ଯେଉଁ ଦୃଶ୍ୟକୁ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି ଆଜ୍ଞା । ସାମାନ୍ୟ କେଇଟା ଗୁପ୍ଚୁପ୍ ପାଇଁ ଆହତ ହୋଇ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖାଲି ଏତିକି ନୁହେଁ ପୋଲିସ୍ ମଧ୍ୟ ଏହି ଘଟଣାରେ ୫ ଜଣଙ୍କୁ ବାନ୍ଧି ନେଇଥିବା ବେଳେ ୨୦ ଜଣଙ୍କ ନାଁ ରେ ଥାନାରେ ମାମଲା ରୁଜୁ କରିଛି । ଏଭଳି ଘୃଣ୍ୟ ଘଟଣା ଉତ୍ତରପ୍ରଦେଶର କାନ୍ପୁରରୁ ସାମ୍ନାକୁ ଆସିଛି ।
ଗତ ବୁଧବାର ଦିନର ଘଟଣା । ଫତେପୁର ରୋଶନାଇ ଗାଁର ସତ୍ୟମ ସିଂହ ରାଜେନ୍ଦ୍ର ଛକ ନିକଟରେ ପାଣି ବୋତଲ ପାଇଁ କାର୍ରୁ ଓହ୍ଲାଇଥିଲେ । ସେହି ସ୍ଥାନରେ ପୂର୍ବରୁ ଗଙ୍ଗା ସିଂହ ନାମକ ଯୁବକ ଏକ ଠେଲାରେ ଗୁପଚୁପ ଖାଉଥିଲେ । ପରବର୍ତ୍ତି ସମୟରେ କୌଣସି କଥାକୁ ନେଇ ସତ୍ୟମ ସିଂହ ଉଭୟ ଯୁବକଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲ । ଏହି ମାର୍ପିଟ୍ ଉଭୟ ପକ୍ଷ ମଧ୍ୟରେ ଉଗ୍ରରୂପ ନେଇଥିଲା । କେବଳ ଏତିକି ନୁହେଁ ଉଭୟ ପକ୍ଷର ବ୍ୟକ୍ତି ଛକ ନିକଟରେ ଥିବା ଅପରପକ୍ଷର ଦୋକାନ ଉପରେ ଆକ୍ରମଣ କରିଥିଲେ ।
କାରଣ ଏହି ଘଟଣାରେ ପ୍ରାୟ ୨୦ରୁ ଅଧିକ ଯୁବକଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ୍ । ଯାହାକୁ ନେଇ ତାତିଥିଲେ ଯୁବକ ମାନେ । ଆଉ ସମାନଙ୍କ ନାଁରେ ମିଥ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଥିବା କହି ସେମାନେ ରକ୍ତମୁଖା ପାଲଟିଥିଲେ । ଆଉ ଆକ୍ରମଣ କରିଥିଲେ ନିକଟସ୍ଥ ଦୋକାନରେ । ଖାଲି ଆକ୍ରମଣ କରିନଥିଲେ ବରଂ ସେମାନେ ବାଡ଼ିରେ ଆଖିବୁଜା ପିଟିବା ସହ ପଥର ବି ଫିଙ୍ଗାଫିଙ୍ଗି ହୋଇଥିଲେ। ଏପରିକି ରାସ୍ତାରେ ଯାଉଥିବା ଲୋକଙ୍କୁ ବି ପିଟିବା ସହ ଆଖପାଖ ଘରେ ପଶି ମହିଳା, ଶିଶୁଙ୍କୁ ବି ନିର୍ଧୂମ ମାଡ଼ ମାରିଥିଲେ ।
କିନ୍ତୁ ଏହା ଦେଖି ରାଗି ଯାଇଥିଲେ ଦୋକାନୀ ମାଲିକ ଜଣକ । ପରେ ଦୋକାନ ମାଲିକ ରବି ଗୁପ୍ତା ଉତ୍ତ୍ୟକ୍ତ ହୋଇ ଛାତ ଉପରକୁ ଚାଲି ଯାଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ । ଖବର ପାଇ ପୁଲିସ୍ ଯେତେବେଳେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା ତାଙ୍କ ଉପରକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ଏହାପରେ ଅଧିକ ଫୋର୍ସ ମଗାଯାଇ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ ପୋଲିସ ବର୍ତ୍ତମାନ ୫ ଜଣଙ୍କୁ ଗିରଫ କରିଛି ।
ଆମେ ସମସ୍ତେ ଗୁପ୍ଚୁପ୍ ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଗୁପ୍ଚୁପ୍କୁ ନେଇ ଏଭଳି କାଣ୍ଡ ଘଟାଇବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି । ତେବେ ଏଭଳି ବର୍ବକାଣ୍ଡ ପଛରେ କେବଳ ପ୍ରକୃତରେ ଗୁପ୍ଚୁପ୍ ହିଁ କାରଣ ନାଁ ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।