ଅଯୋଧ୍ୟା : ରାମ ମନ୍ଦିରକୁ ମୋବାଇଲ ମନା, ସମସ୍ତଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ

ରାମ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି । ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି । ତେବେ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ୍ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । ଭକ୍ତମାନେ ଲକର୍ ସୁବିଧା ପାଇବେ।

ଆଉ ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ ନେଇପାରିବେ ନାହିଁ ଭକ୍ତ । ମନ୍ଦିର ପରିସରକୁ ମୋବାଇଲ ଫୋନ ନ ନେବାକୁ ମନ୍ଦିର ନର୍ମାଣ ସମିତି ନିଷ୍ପତ୍ତି ନେଇଛି । ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାର କରିବାକୁ ଉପରେ ବାରଣ କରାଯାଇଛି । ଶୁକ୍ରବାର ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତି ବୈଠକ ଆୟୋଜିତ କରାଯାଇଥିଲା । ଯେଉଁଥିରେ ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା ।

ଟ୍ରଷ୍ଟି ଅନୀଲ ମିଶ୍ରା କହିଛନ୍ତି, ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି । ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି । ତେବେ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ୍ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । ଭକ୍ତମାନେ ଲକର୍ ସୁବିଧା ପାଇବେ। ଏଥିରେ ସେମାନେ ନିଜର ମୋବାଇଲ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଲଗେଜ ରଖିପାରିବେ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୋବାଇଲ ବ୍ୟାନ୍‌ ନିଷ୍ପତ୍ତି ନିଆଯାଇଛି । ଯାତ୍ରୀ ମଧ୍ୟ ଏହାର ସମ୍ମାନ କରିବାକୁ ଜରୁରୀ ।

ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଡିସେମ୍ବର ୨୦୨୪ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସାଧାରଣ ଜନତାଙ୍କୁ ମନ୍ଦିର ପରିସରକୁ ମୋବାଇଲ ନେବା ମନା ହୋଇଥିଲା । ଏବେ କିନ୍ତୁ ଭିଆଇପି ଓ ଭିଭିଆଇପିଙ୍କୁ ମଧ୍ୟ ବାରଣ କରାଯାଇଛି । ଶନିବାର ଠାରୁ ଏହି କଡ଼ା ନିୟମ ଲାଗୁ କରାଯାଇଛି ।

ଚମ୍ପତ ରାୟ କହିଛନ୍ତି, ପରକୋଟା ଭିତରେ ରାମ ମନ୍ଦିର ଚଡା ଅନ୍ୟ ୬ଟି ମନ୍ଦିର ରହିବ । ଭଗବାନ ଶିବ, ହନୁମାନ ମନ୍ଦିର ମଧ୍ୟ ସାମିଲ ରହିବ ।

Leave A Reply

Your email address will not be published.