ଗେମିଂ ପାଇଁ ଆସିଲା Boultର ଦମଦାର ଇୟରବଡସ୍, ମିଳିବ ଅନେକ ଫିଚର୍ସ

ଯଦି ଆପଣ ଗେମିଙ୍ଗର ସୌକୀନ ତେବେ ଏହି ବୋଲ୍ଟର ଏହି ଇୟରବଡ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ବୋଲି ପ୍ରମାଣିତ ହୋଇପାରେ । ବାସ୍ତବରେ, ଟେକ୍ କମ୍ପାନୀ ବୋଲ୍ଟ ନିକଟରେ Z40 ଗେମିଂ ଏବଂ Y1 ଗେମିଂ TWS ଇୟରବଡସ୍ ଲଞ୍ଚ କରିଛି ଯାହା ୟୁଜରମାନଙ୍କୁ ଏକ ଭଲ ଏକ୍ସପେରିଏନ୍ସ ଦେବାକୁ ଯାଉଛି ।

ଯଦି ଆପଣ ଗେମିଙ୍ଗର ସୌକୀନ ତେବେ ଏହି ବୋଲ୍ଟର ଏହି ଇୟରବଡ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ବୋଲି ପ୍ରମାଣିତ ହୋଇପାରେ । ବାସ୍ତବରେ, ଟେକ୍ କମ୍ପାନୀ ବୋଲ୍ଟ ନିକଟରେ Z40 ଗେମିଂ ଏବଂ Y1 ଗେମିଂ TWS ଇୟରବଡସ୍ ଲଞ୍ଚ କରିଛି ଯାହା ୟୁଜରମାନଙ୍କୁ ଏକ ଭଲ ଏକ୍ସପେରିଏନ୍ସ ଦେବାକୁ ଯାଉଛି । Boult Z40 Gaming ଏବଂ Y1 Gaming TWS ଇୟରବଡସ୍ ଫୋନ୍ ସହିତ Boult AMP App ମାଧ୍ୟମରେ କନେକ୍ଟ ହୋଇପାରିବ । ଉଭୟ ଆଇଓଏସ୍ ଆପ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏଗୁଡିକ ଡାଉନଲୋଡ୍ ହୋଇପାରିବ ।

ଏହି ଇୟରବଡସ୍ ଏତେ ସ୍ପେଶାଲ କାରଣ ଏହା କେବଳ ଭାରତରେ ତିଆରି କରାଯାଇଛି । ଟଚ୍ କଣ୍ଟ୍ରୋଲ ସହିତ ଭଏସ୍ ଆସିଷ୍ଟାନ୍ସ ପରି ଫିଚର୍ସଗୁଡିକ ଏହି ଇୟରବଡ୍ସରେ ପ୍ରଦାନ କରାଯାଇଛି । ବୋଲ୍ଟ Z40 ଗେମିଙ୍ଗ ଏବଂ Y1 ଗେମିଙ୍ଗ TWS ଇୟରବଡ୍ସରେ IPX5 ୱାଟର ଏବଂ ଡଷ୍ଟ ରେଜିଷ୍ଟାନ୍ସ ରେଟିଂ ଅଛି । ଗେମିଙ୍ଗ ବ୍ୟବହାର ପାଇଁ ଏହି ଇୟରବଡ୍ସ ବେଷ୍ଟ ଅପ୍ସନ । ଏହି ଇୟରବଡ୍ସରେ Boomx ଟେକ୍ନୋଲୋଜି ସହିତ ୧୦mm ଡ୍ରାଇଭର ମିଳିବ । Boult Z40 Gaming ଏବଂ Y1 Gaming TWS ଇୟରବଡ୍ର ସବୁଠାରୁ ବଡ ଫିଚର ହେଉଛି ଏହାର ବ୍ୟାଟେରୀ ।

ବୋଲ୍ଟ Z40 ଗେମିଙ୍ଗ ଇୟରବଡ ୬୦ ଘଣ୍ଟା ବ୍ୟାଟେରୀ ଲାଇଫ ଦେଉଥିବାବେଳେ Y1 ଇୟରବଡ ୫୦ ଘଣ୍ଟା ବ୍ୟାଟେରୀ ଲାଇଫ ଦେଇଥାଏ । କନେକ୍ଟିଭିଟି ପାଇଁ, ଏହି ଇୟରବଡଗୁଡିକରେ ବ୍ଲୁଟୁଥ୍ ୫.୪ ଟେକ୍ନୋଲୋଜି ଅଛି ଏବଂ ଅଲ୍ଟ୍ରା ଲୋ ଲାଟେନ୍ସି ଫିଚର ସହିତ କମ୍ବାଟ୍ ଗେମିଂ ମୋଡ୍ ଅଛି । ଏହା ସହିତ, ଏହି ଇୟରବଡରେ କ୍ୱାଡ୍ ମାଇକ୍ ENC ଫିଚର ମଧ୍ୟ ପ୍ରଦାନ କରାଯାଇଛି ଯାହା ନଏଜ ଫ୍ରି ଭଏସ ଶୁଣିବାରେ ସାହାଯ୍ୟ କରେ । ଏବେ, ଏହି ଇୟରବଡଗୁଡିକର ମୂଲ୍ୟ ବିଷୟରେ ଆଲୋଚନା କରିବା ।

ଆପଣ ଇ-କମର୍ସ ସାଇଟ ଆମାଜନ ଏବଂ ଫ୍ଲିପକାର୍ଟରୁ ୧୨୯୯ ଟଙ୍କାରେ ବୋଲ୍ଟ Z40 ଗେମିଙ୍ଗ ଇୟରବଡ କିଣିପାରିବେ । ଏହା ସହିତ, ଆପଣ ବୋଲ୍ଟର ଅଫିସିଆଲ୍ ସାଇଟ୍ ରୁ ମଧ୍ୟ ଏହି ଇୟରବଡ୍ସ କିଣିପାରିବେ । ଏହା ବ୍ୟତୀତ, ଯଦି ଆମେ ବୋଲ୍ଟ Y1 ଗେମିଙ୍ଗ ଇୟରବଡ୍ସ ବିଷୟରେ କଥା ହେବା, ସେଗୁଡ଼ିକ ମାତ୍ର ୧୧୯୯ ଟଙ୍କା ଦାମ ସହ ତିନୋଟି କଲରରେ ଆସେ । ବୋଲ୍ଟ Z40 ଗେମିଙ୍ଗ ଇୟରବଡ୍ସ ମଧ୍ୟ ୩ଟି କଲରରେ କିଣାଯାଇପାରିବ ବ୍ଲାକ୍ ମୋସ୍, ଇଲେକ୍ଟ୍ରିକ୍ ହ୍ୱାଇଟ୍ ଏବଂ ବୋଲ୍ଟ Y1 ବ୍ଲାକ୍ ମେଟାଲ୍, ଇଲେକ୍ଟ୍ରିକ୍ ରେଡ୍ ଏବଂ ଗ୍ଲାସିଅର୍ ବ୍ଲୁ କଲରରେ ଆସିଥାଏ ।

Leave A Reply

Your email address will not be published.