ନାସିକ ସୁରାଣା ଜୁଏଲର୍ସ ଉପରେ ଆଇଟି ଚଢଉ: ମିଳିଲା ନଗଦ ୨୬ କୋଟି ଟଙ୍କା, ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବିଜ
ନାସିକର କାନାଡା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସ ଉପରେ ଆଜି ସକାଳୁ ଚଢ଼ଉ କରିଛି ଆୟକର ବିଭାଗ । ମାଲିକଙ୍କ ଦ୍ୱାରା ଅଘୋଷିତ ନେଣଦେଶ ଓ ବେନାମି ସମ୍ପତ୍ତିକୁ ନେଇ ସୂଚନା ମିଳିବା ପରେ ଆଇଟି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚଢ଼ଉ ବେଳେ ନଗଦ ୨୬ କୋଟି ଟଙ୍କା ଓ ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବିଜକୁ ଆୟକର ବିଭାଗ ଜବତ କରିଛି ।

ମହାରାଷ୍ଟ୍ର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଆୟକର ବିଭାଗର ଚଢଉ । ଏହି ଚଢଉ ସମୟରେ ନଗଦ ୨୬ କୋଟି ଟଙ୍କା ସହିତ ୯୦ କୋଟି ଟଙ୍କାରେ ବେଆଇନ ସମ୍ପତ୍ତି ଦସ୍ତାବିଜ ଜବତ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଖବର ମୁତାବକ, ନାସିକର କାନାଡା କର୍ଣ୍ଣର ସ୍ଥିତ ସୁରାଣା ଜୁଏଲର୍ସ ଉପରେ ଆଜି ସକାଳୁ ଚଢ଼ଉ କରିଛି ଆୟକର ବିଭାଗ । ମାଲିକଙ୍କ ଦ୍ୱାରା ଅଘୋଷିତ ନେଣଦେଶ ଓ ବେନାମି ସମ୍ପତ୍ତିକୁ ନେଇ ସୂଚନା ମିଳିବା ପରେ ଆଇଟି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁରାଣା ଜୁଏଲର୍ସ ମାଲିକଙ୍କ ଘର, ବିଭିନ୍ନ ଷ୍ଟୋର୍ ଓ କମ୍ପାନୀ ମହାଲକ୍ଷ୍ମୀ ବିଲ୍ଡର୍ସ ଉପରେ ଏକକାଳୀନ ଚଢ଼ଉ ହୋଇଛି।
#WATCH | The Income Tax Department launched a raid on Surana Jewellers in Nashik, in response to alleged undisclosed transactions by the proprietor. About Rs 26 crore in cash and documents of unaccounted wealth worth Rs 90 crore have been seized in raids carried out by the Income… pic.twitter.com/lnv9wAGi3N
— ANI (@ANI) May 26, 2024
ଚଢ଼ଉ ବେଳେ ନଗଦ ୨୬ କୋଟି ଟଙ୍କା ଓ ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବିଜକୁ ଆୟକର ବିଭାଗ ଜବତ କରିଛି । ତେବେ ଚଢଉରେ ଜବତ ହୋଇଥିବା ଟଙ୍କାକୁ ଗଣିବା ପାଇଁ ଆୟକର ବିଭାଗକୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା । ଏହି ଚଢ଼ାଉ ପାଇଁ ଆୟକର ବିଭାଗ ଦ୍ୱାରା ବିଭିନ୍ନ ଟିମ୍ ଗଠନ କରାଯାଇଥିଲା । ରେଡ୍ ବେଳେ ଜୁଏଲର୍ସ ମାଳିକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଘରଗୁଡିକର ମଧ୍ୟ ତଲାସି କରାଯାଇଥିଲା । ସୁରାଣା ଜୁଏଲର୍ସ ମାଲିକଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ଆୟକର ବିଭାଗ ଯାଞ୍ଚ ଜାରି ରଖିଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଆଗ୍ରାର ଜୋତା ବ୍ୟବସାୟୀଙ୍କ ଘରେ ଲଗାତାର ୩ୟ ଦିନ ଚଢଉ ଜାରି ରଖିଛି ଆୟକର ବିଭାଗ । ଏପର୍ଯ୍ୟନ୍ତ ୫୩ କୋଟି ନଗଦ ଟଙ୍କା ଜବତ କରିଛି ।