ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ଟୋଲ୍ ଫ୍ରୀ ନମ୍ବର, କୌଣସି ସମସ୍ୟା ଥିଲେ କରିପାରିବେ ଯୋଗାଯୋଗ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ପକ୍ଷରୁ ଜାରି କରାଯାଇଛି ଦୁଇଟି ନମ୍ବର । 8763446292 ଏବଂ 9437228187 କୁ କଲ୍ କରି ତଥ୍ୟ ପାଇପାରିବେ।

କଟକ(କେନ୍ୟୁଜ): ଆସନ୍ତା ୨୬ ତାରିଖ ସକାଳ ସାଢେ ୧୦ ଟାରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କର ଫଳ ପ୍ରକାଶ ପାଇବ । ପ୍ରଥମ ଥର ପାଇଁ ହ୍ଵାଟ୍ସଆପ ନମ୍ବରରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରୁଛି ବୋର୍ଡ । ସକାଳ ୯ଟା ୩୦ ରେ ବୋର୍ଡ ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶ ପାଇବ ।

ମାଧ୍ୟମିକ ଶିକ୍ଷା ପରିଷଦର ୱେବ ସାଇଟ www.bseodisha.ac.in ରେ ଦେଖି ସକାଳ ୧୧ ଟା ୩୦ ପରଠାରୁ ରେଜଲ୍ଟ ଉପଲବ୍ଧ ହେବ । ନିଜର ମୋବାଇଲରୁ ମେସେଜ ଦେଇ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । OR10 space ନିଜର ରୋଲ ନମ୍ବର ଟାଇପ କରି 5676750 କୁ ମେସେଜ କଲେ ରେଜଲ୍ଟ ଜାଣିହେବ । ସ୍କୁଲ ପ୍ରଧାନ ଶିକ୍ଷକ ମାନେ ଅପରାହ୍ନ ୧୨ ଟା ୩୦ ରୁ ସ୍କୁଲର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଟାବୁଲେସନ ରେଜଲ୍ଟ ମଧ୍ୟ ଜାଣି ପାରିବେ ।

ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ଦିନ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ । ଏଥିପାଇଁ ଅନଲାଇନରେ ବୋର୍ଡ ୱେବସାଇଟ ଏବଂ ହ୍ଵାଟ୍ସଆପ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇ ହେବ । ଅପରାହ୍ନ ୪ ଟା ପରଠାରୁ ଡିଜିଟାଲ ସାର୍ଟିଫିକେଟ ମିଳିପାରିବ। ନିଜର ହ୍ଵାଟ୍ସଆପରେ ପ୍ରଥମେ 7710058192 ନମ୍ବରକୁ ସେଭ୍ କରନ୍ତୁ ।ପରେ ଉକ୍ତ ନମ୍ବରରୁ BSE ଟାଇପ କରନ୍ତୁ ଏବଂ ପରବର୍ତ୍ତୀ ସମୟରେ ଆସୁଥିବା ବାର୍ତ୍ତାକୁ ଅନୁକରଣ କରି ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ।

ସେହିପରି ରିଚେକିଂ ପାଇଁ ବୋର୍ଡ ବ୍ୟବସ୍ଥାମଧ୍ୟ କରିଛି।ମେ ୨୯ ରୁ ଜୁନ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ। ହାଇସ୍କୁଲ ପରୀକ୍ଷାର୍ଥୀ ଅନଲାଇନରେ ରିଚେକିଂ ଆବେଦନ କରିବେ ଏବଂ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର୍ଥୀ ରିଚେକିଂ ପାଇଁ ବୋର୍ଡର ଜୋନ କାର୍ଯ୍ୟାଳୟରେ ଆବେଦନ କରି ପାରିବେ । ପରୀକ୍ଷାର୍ଥୀଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ବୋର୍ଡ କାର୍ଯ୍ୟାଳୟରେ ଥିବା ଟୋଲ୍ ଫ୍ରୀ ନମ୍ବରକୁ ଯୋଗାଯୋଗ କରିପାରିବେ ।

ଏଥିପାଇଁ ଦୁଇଟି ନମ୍ବର ବୋର୍ଡ ପକ୍ଷରୁ ଜାରି କରାଯାଇଛି । 8763446292 ଏବଂ 9437228187 କୁ କଲ୍ କରି ତଥ୍ୟ ପାଇପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ କାଉନସିଲରଙ୍କୁ ନିଯୁକ୍ତ କରାଯାଇଛି । ସକାଳ ୧୦ ରୁ ଅପରାହ୍ନ ୫ ଟା ମଧ୍ୟରେ ଉକ୍ତ ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.