ରୁମରେ କେତେ ରହିବା ଉଚିତ୍ ଏସି ଟେମ୍ପେରେଚର୍? କିପରି କମ୍ ଆସିବ ବିଜୁଳି ବିଲ୍

ଆଜିକାଲି ସାରା ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି । ଏହି ଉତ୍ତାପରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ ଏସି ଲଗାଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏସି ବ୍ୟବହାର କରିବା ସମୟରେ ତାପମାତ୍ରା କ’ଣ ହେବା ଉଚିତ୍ । ଆଜି ଆମେ ଆପଣଙ୍କୁ ଜଣାଇବୁ ରୁମର ତାପମାତ୍ରାକୁ କେତେ ଡିଗ୍ରୀରେ ରଖି ଆପଣ ଇଲେକ୍ଟ୍ରିସିଟି ବିଲକୁ ହ୍ରାସ କରିପାରିବେ । 

ଆଜିକାଲି ସାରା ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି । ଓଡିଶାରୁ ଆରମ୍ଭ କରି ଦେଶର ବିଭିନ୍ନ ରାଜ୍ୟରେ ସାଧାରଣତଃ ତାପମାତ୍ରା ୪୫ ରୁ ୪୮ ଡିଗ୍ରୀ ମଧ୍ୟରେ ପହଞ୍ଚିଛି । ଏହି ଉତ୍ତାପରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ ଏସି ଲଗାଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏସି ବ୍ୟବହାର କରିବା ସମୟରେ ତାପମାତ୍ରା କ’ଣ ହେବା ଉଚିତ୍ । ଆଜି ଆମେ ଆପଣଙ୍କୁ ଜଣାଇବୁ ରୁମର ତାପମାତ୍ରାକୁ କେତେ ଡିଗ୍ରୀରେ ରଖି ଆପଣ ଇଲେକ୍ଟ୍ରିସିଟି ବିଲକୁ ହ୍ରାସ କରିପାରିବେ ।

ଆଜିକାଲି ଗରମ ବଢିବା ସହ ପ୍ରତ୍ୟକ ଘରେ ଏସି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯେତେବେଳେ ଗରମ ବଢିଥାଏ, ଅଧିକାଂଶ ଲୋକ ଏସିର ତାପମାତ୍ରାକୁ ୧୮ ଡିଗ୍ରୀ ସେଲସିୟସରେ ରଖନ୍ତି । ଏହି କାରଣରୁ ରୁମର ତାପମାତ୍ରା ଅତି ଶୀଘ୍ର କମିଯାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ୧୮ ଡିଗ୍ରୀ ସେଲସିୟସରେ ଏସି ଚଳାଇବା ଦ୍ୱାରା ଅଧିକ ବିଦ୍ୟୁତ୍ ବ୍ୟବହାର ହେବା ସହ ଅଧିକ ବିଲ୍ ମଧ୍ୟ ଆସିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ବିଦ୍ୟୁତ୍ ବ୍ୟବହାର ହ୍ରାସ କରିବାକୁ ୨୪ ଡିଗ୍ରୀ ସେଲସିୟସରେ ଏସି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

ଲୋକଙ୍କୁ ସଚେତନ କରାଇବା ପାଇଁ ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟ ମଧ୍ୟ କାର୍ଯ୍ୟ କରୁଛି । ବିଦ୍ୟୁତ୍ ବ୍ୟବହାରକୁ ହ୍ରାସ କରିବା ପାଇଁ ଏସିର ତାପମାତ୍ରା ୨୪ ଡିଗ୍ରୀରେ ସ୍ଥିର କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ବିଦ୍ୟୁତ ମନ୍ତ୍ରଣାଳୟ ଅନୁଯାୟୀ, ଯଦି ଆପଣ ନିଜର ଏସି ୨୪ ​​ଡିଗ୍ରୀ ସେଲସିୟସରେ ଚଲାଉଛନ୍ତି ତେବେ ଆପଣ ଖରା ଦିନରେ ପ୍ରାୟ ୪୦୦୦-୫୦୦୦ ଟଙ୍କା ବିଦ୍ୟୁତ୍ ବିଲରେ ସଞ୍ଚୟ କରିପାରିବ । ଏସିର ତାପମାତ୍ରାକୁ ଗୋଟିଏ ଡିଗ୍ରୀ ବଢାଇବା ଦ୍ୱାରା ବିଦ୍ୟୁତ୍ ବ୍ୟବହାର ୬ ପ୍ରତିଶତ କମିଯାଏ ।

ସେହି ଅନୁଯାୟୀ, ଏସିର ତାପମାତ୍ରାକୁ ୨୪ ଡିଗ୍ରୀ ସେଲସିୟସରେ ରଖିବା ଦ୍ୱାରା ବିଦ୍ୟୁତ୍ ବ୍ୟବହାର ୧୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ନିଜ କୋଠରୀର ତାପମାତ୍ରାକୁ ୨୩ ଡିଗ୍ରୀ ସେଲସିୟସ୍ ତଳେ ରଖନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ । ସୂଚନା ଅନୁଯାୟୀ, ନିମ୍ନ ତାପମାତ୍ରାରେ ଶୋଇବା କାରଣରୁ ନିଶ୍ୱାସ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ବାସ୍ତବରେ, ତାପମାତ୍ରାକୁ କମ୍ ରଖିବା ଦ୍ୱାରା ଏସି କୋଠରୀରେ ଥିବା ସମସ୍ତ ଆର୍ଦ୍ରତାକୁ ଶୋଷିଥାଏ ।

ଏହି କାରଣରୁ ଚର୍ମ ସମସ୍ୟା ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ହାଇଜିନ୍ ସହିତ ସଠିକ ଭାବରେ ଏସି ତାପମାତ୍ରାର ଯତ୍ନ ନେବାକୁ ପଡିଥାଏ । ବିଶେଷଜ୍ଞମାନେ ସର୍ବଦା ଏସିରେ ରହିବାକୁ ମନା କରିଥାନ୍ତି । କାରଣ ସବୁବେଳେ ଏସିରେ ରହିବା ଶରୀରରେ ଅନେକ ପରିବର୍ତ୍ତନ ଆଣିଥାଏ । ଏହି କାରଣରୁ, ଅନେକ ସମୟରେ ଇନଫେକ୍ସନ ଏବଂ ଥଣ୍ଡା ହେବାର ମଧ୍ୟ ସମ୍ଭାବନା ରହିଥାଏ ।

Leave A Reply

Your email address will not be published.