ଜୀବିତ ଝିଅର ପିଣ୍ଡଦାନ କଲେ ବାପା ମାଆ, ଜାଣନ୍ତୁ କାହିଁକି?

ସବୁ ବାପା ମାଙ୍କର ଗେଲ୍ହା ହୋଇଥାନ୍ତି ତାଙ୍କ ଝିଅ । ଏଠି ବି ଠିକ ଜଣେ ବାପାର ହୃଦୟର ସ୍ପନ୍ଦନ ଥିଲା ତାଙ୍କ ଝିଅ । କିନ୍ତୁ କଣ ଏମିତି ହେଲା ଯେ ଏତେ ରାଗ କାହିଁକି ଆସିଲା ଯେ ଝିଅ ବଞ୍ଚିଥିବାବେଳେ ତାକୁ ମୃତ ଘୋଷିତ କରିଦେଲେ । କେବଳ ଏତିକି ନୁହେଁ ବାପା ନିଜ ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଏକାଦଶାହ କାର୍ଡ ପଠାଇଦେଲେ । ବନ୍ଧୁ ପରିଜନ ଏହା ଦେଖିବା ପରେ ଏକମଦ୍‌ ଚମକି ପଡିଥିଲେ ।

ସବୁ ବାପା ମାଙ୍କର ଗେଲ୍ହା ହୋଇଥାନ୍ତି ତାଙ୍କ ଝିଅ । ବାପା ମାଆଙ୍କ କଲିଜା ହୋଇଥାନ୍ତି ତାଙ୍କ ଝିଅ । ଏଠି ବି ଠିକ ଜଣେ ବାପାର ହୃଦୟର ସ୍ପନ୍ଦନ ଥିଲା ତାଙ୍କ ଝିଅ । କିନ୍ତୁ କଣ ଏମିତି ହେଲା ଯେ ଏତେ ରାଗ କାହିଁକି ଆସିଲା ଯେ ଝିଅ ବଞ୍ଚିଥିବାବେଳେ ତାକୁ ମୃତ ଘୋଷିତ କରିଦେଲେ । କେବଳ ଏତିକି ନୁହେଁ ବାପା ନିଜ ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଏକାଦଶାହ କାର୍ଡ ପଠାଇଦେଲେ । ବନ୍ଧୁ ପରିଜନ ଏହା ଦେଖିବା ପରେ ଏକମଦ୍‌ ଚମକି ପଡିଥିଲେ ।

ହଁ ଆଜ୍ଞା ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରାଜସ୍ଥାନ ଉଦୟପୁର ପାଖରେ ଥିବା ସୋୟରା ଗାଁରେ । ଯେଉଁଠି ଜଣେ ବାପା ନିଜ ଝିଅକୁ ମୃତ ଘୋଷଣା କରି ଲଣ୍ଡା ହେବା ସହିତ ପିଣ୍ଡଦାନ କରିଦେଇଛନ୍ତି । ତେବେ କଣ ଏମିତି ହେଲା ଯେ ଝିଅକୁ ଛାତିରେ ଲଗାଇ ବୁଲୁଥିବା ବାପା ନିଜ ଝିଅର ପିଣ୍ଡଦାନ କରିଦେଲେ । ପୁଣି ସେ ଜୀବିତ ଥିବା ଅବସ୍ଥାରେ । ଉଦୟପୁର ସୋୟରା ପାଖରେ ଥିବା ଏକ ଛୋଟ ଗାଁ । ଯେଉଁଠି ଜଣେ ବାପା ତାଙ୍କ ଝିଅକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ ।

ପରିଜନଙ୍କର କହିବା କଥା ଯେ ଝିଅକୁ ଏତେ ଅଲିଅଳିରେ ବଡ କଲୁ ହେଲେ ସେ ଆମକୁ ଚିହ୍ନିନି ବାଲି କହିଦେଲା, ଜାଣିନି ବୋଲି ମନା କରିଦେଲା । ଏହି କଥାକୁ ସହଜରେ ଗ୍ରହଣ କରିପାରିଲେନି ସେଥିପାଇଁ ପୂରା ପରିବାର ମିଶି ଏହି ପଦକ୍ଷେପ ନେଇଛନ୍ତି । ଏପରି କରିବା ଦ୍ୱାରା ଆମେ ତାକୁ ଜଲଦି ଭୁଲିଯିବୁ ବୋଲି କହିଲେ ପରିବାର ଲୋକେ । ତେବେ କହିବାକୁ ଚାହିଁବୁ ଯେ ଝିଅ ଅଲଗା ଜାତିରେ ଭଲ ପାଇ ଘରୁ ପଳାଇ ବାହା ହୋଇଗଲା । ଘରେ ଝିଅକୁ ନ ପାଇ ପରିବାର ଲୋକେ ତାକୁ ଖୋଜି ଆଣିବାକୁ ନିବେଦନ କଲେ ପୋଲିସକୁ । ଥାନାରେ ରିପୋର୍ଟ ଲେଖିଲେ ।

ତେବେ ଝିଅକୁ ଯେତେବେଳେ ପୋଲିସ ଖୋଜି ପାଇଲା ସେ ଘରୁ ତାର ପ୍ରେମିକ ସହ ପଳାଇଥିବା ଜାଣିବାକୁ ପାଇଲା । ଝିଅକୁ ପାଇ ଝିଅର ପରିବାର ଲୋକଙ୍କୁ ଖବର ଦେଲା ପୋଲିସ । ପରିବାର ଲୋକେ ଆସି ଯେତେବେଳେ ଝିଅ ପାଖରେ ପହଁଚିଲେସେତେବେଳେ ବାପା ମାଙ୍କୁ ଚିହ୍ନିନି ବୋଲି ମନା କରିଦେଲା । ଝିଅ ପାଖରୁ ଏମିତି ଉତ୍ତର ଶୁଣି ଝିଅ ଆମ ପାଇଁ ମରିଗଲା ବୋଲି କହିଦେଲେ ପରିବାର । ଯାହାପରେ ଏମିତି ଝିଅକୁ ମୃତ ଘୋଷିତ କରି ଏକାଦଶାହ କ୍ରୀୟା କରି ଭୋଜି ଭାତ କରି ସାହି ପଡିଶାଙ୍କୁ ଖୁଆଇଲେ ବାପା ।

Leave A Reply

Your email address will not be published.