ଗ୍ରୀଷ୍ମରେ ଶିଶୁଙ୍କୁ ଏହି ୨ଟି ତେଲରେ ମାଲିସ୍‌ କରନ୍ତୁ, ସ୍କିନ୍‌ ଆଲର୍ଜିରୁ ମିଳିବ ମୁକ୍ତି

ବିଶେଷକରି ଏହି ଗରମରେ ପିଲାମାନଙ୍କର ବିଶେଷ ଯତ୍ନ ନେବା ଉଚିତ । ଯେପରି କି ସେମାନଙ୍କର ସ୍କିନ୍‌ ଏତେ ସୂକ୍ଷ୍ମ ଏବଂ ନରମ ଯେ ସାମାନ୍ୟ ଖରାରେ ମଧ୍ୟ ସେମାନେ ଘାଆ ଏବଂ ଦାଗ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ପିଲାମାନଙ୍କର ହାଡ଼ ଏବଂ ମାଂସପେଶୀକୁ ମଜବୁତ କରିବା ପାଇଁ ସମସ୍ତ ବାପା ଓ ମା ସେମାନଙ୍କୁ ମାଲିସ୍ କରନ୍ତି ।

ଶିଶୁମାନଙ୍କର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ । ସାମାନ୍ୟ ଅସାବଧାନତା ମଧ୍ୟ ସେମାନଙ୍କୁ ଶୀଘ୍ର ଅସୁସ୍ଥ କରିପାରେ । ବିଶେଷକରି ଏହି ଗରମରେ ପିଲାମାନଙ୍କର ବିଶେଷ ଯତ୍ନ ନେବା ଉଚିତ । ଯେପରି କି ସେମାନଙ୍କର ସ୍କିନ୍‌ ଏତେ ସୂକ୍ଷ୍ମ ଏବଂ ନରମ ଯେ ସାମାନ୍ୟ ଖରାରେ ମଧ୍ୟ ସେମାନେ ଘାଆ ଏବଂ ଦାଗ ଭଳି ସମସ୍ୟର ସମ୍ମୁଖୀନ ହୋଇଥାନ୍ତି । ତେବେ ପିଲାମାନଙ୍କର ହାଡ଼ ଏବଂ ମାଂସପେଶୀକୁ ମଜବୁତ କରିବା ପାଇଁ ସମସ୍ତ ବାପା ଓ ମା ସେମାନଙ୍କୁ ମାଲିସ୍ କରନ୍ତି । ମାଲିସ୍ କରିବା ଶିଶୁମାନଙ୍କୁ ଆରାମ ଦେଇଥାଏ ଏବଂ ସେମାନେ ଶାନ୍ତିରେ ଶୋଇପାରନ୍ତି । ଯଦିଓ ଲୋକମାନେ ପ୍ରାୟତଃ ସୋରିଷ କିମ୍ବା ଅଲିଭ୍ ଅଏଲ ବ୍ୟବହାର କରି ନିଜ ଶିଶୁମାନଙ୍କୁ ମାଲିସ୍ କରନ୍ତି । କିନ୍ତୁ ଗ୍ରୀଷ୍ମ ସମୟରେ ସେମାନଙ୍କ ତେଲ ମାଲିସ୍ କରିବା ପାଇଁ କେଉଁ ତେଲ ଭଲ ହେବ ସେ ବିଷୟରେ ମା’ମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି । ତାହେଲେ ଆସନ୍ତୁ ଜାଣିବା କେଉଁ ତେଲରେ ପିଲାମାନଙ୍କୁ ମାଲିସ୍ କରିବା ଉଚିତ୍ ।

ଗ୍ରୀଷ୍ମରେ କେଉଁ ତେଲରେ ଶିଶୁକୁ ମାଲିସ୍ କରିବା ଉଚିତ୍ :
ଗ୍ରୀଷ୍ମରେ ଯଦି ଆପଣ ଚାହିଁବେ ଆପଣଙ୍କ ପିଲାଙ୍କ ସ୍କିନ୍‌କୁ ହେଲଦି ରଖିପାରିବେ । ତେବେ ଆପଣ ସୋରିଷ ତେଲ ବଦଳରେ ନଡିଆ ତେଲରେ ମସାଜ୍ କରିପାରିବେ । ଏହି ତେଲ ହାଲୁକା, ଯାହା ସ୍କିନ୍‌ରେ ସହଜରେ ଅବଶୋଷିତ ହୁଏ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ସ୍କିନ୍‌ ପାଇଁ ନଡିଆ ତେଲ ଭଲ ହୋଇଥାଏ । ଏଥିରେ ହାଇ ଆଣ୍ଟି ବ୍ୟାକ୍ଟେରିଆ ଏବଂ ସ୍କିନ୍‌ ମଶ୍ଚରାଇଜିଂ ଗୁଣ ରହିଛି । ଶିଶୁମାନଙ୍କର ସୂକ୍ଷ୍ମ ସ୍କିନ୍‌ ପାଇଁ ଏହି ଦୁଇଟି ଉପାଦାନ ଅତ୍ୟନ୍ତ ଭଲ ହୋଇଥାଏ । ତେବେ ନଡିଆ ତେଲ ଲଗାଇଲେ ଶିଶୁର ଶରୀର ଥଣ୍ଡା ରହିବ । ଏହା ସ୍କିନ୍‌କୁ ଥଣ୍ଡା ରଖେ, ଯାହା ଗରମରେ ଆରାମ ପ୍ରଦାନ କରିବ ।

ଯଦି ଆପଣ ଚାହାଁନ୍ତି ଆପଣ ବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହାର ମଶ୍ଚରାଇଜିଂ ଗୁଣ ମଧ୍ୟ ଅଛି । ଏହି ତେଲ ମଧ୍ୟ ପ୍ରକୃତିରେ ଥଣ୍ଡା ହୋଇଥାଏ । ମାଲିସ କରିବା ଦ୍ୱାରା ଶରୀରରେ ରକ୍ତ ପ୍ରବାହରେ ଉନ୍ନତି ହୋଇଥାଏ । ଯାହାଦ୍ୱାରା ପିଲାଟି ଆରାମ ପାଇଥାଏ, ଯେଉଁ କାରଣରୁ ସେ ମାଲିସ୍ କରିବା ପରେ ପିଲା ଶୀଘ୍ର ଶୋଇଯାଏ ।

ମାଲିସ୍ ପିଲାମାନଙ୍କର ସଠିକ୍ ଶାରୀରିକ ଅଭିବୃଦ୍ଧିରେ ସାହାଯ୍ୟ କରେ । ସେମାନଙ୍କର ହାଡ଼ ମଜବୁତ ହୋଇଥାଏ । ଯଦି ପିଲାର ଅଧିକ କେଶ ନଥାଏ, ତେବେ ମୁଣ୍ଡରେ ତେଲ ଲଗାଇବା ଉଚିତ୍ । ଯାହାଦ୍ୱାରା ଭବିଷ୍ୟତରେ କେଶ କଳା, ମୋଟା ଏବଂ ମଜବୁତ ହେବ । ଯଦିଓ ଅନେକ ବାପା ଓ ମା ସୋରିଷ ତେଲ ମାଲିସ୍ ପାଇଁ ବ୍ୟବହାର କରନ୍ତି, କିନ୍ତୁ ଏହା ପ୍ରକୃତିରେ ଟିକେ କଠିନ, ତେଣୁ ଏହାକୁ ଥଣ୍ଡା ସମୟରେ ବ୍ୟବହାର କରିବା ଭଲ ହୋଇଥାଏ ।

ଯଦି ଆପଣ ଗ୍ରୀଷ୍ମ ସମୟରେ ଆପଣଙ୍କ ପିଲାକୁ କେଉଁ ତେଲ ସହିତ ମସାଜ୍ କରିବେ ସେ ବିଷୟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ନିଶ୍ଚିତ ଭାବରେ ଶିଶୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଏହା ମଧ୍ୟ ପିଲା ପାଇଁ ବହୁତ ଜରୁରୀ ହୋଇଥାଏ । ଯାହାଫଳରେ ପିଲାର ସ୍କିନ୍‌ରେ କୌଣସି ପ୍ରକାରର ରିଆକ୍ସନ୍‌ ହେବ ନାହିଁ । ତେବେ ଗାଧେଇବା ୧ ଘଣ୍ଟା ପୂର୍ବରୁ ହାଲୁକା ତେଲରେ ଶିଶୁକୁ ମାଲିସ୍‌ କରନ୍ତୁ । ଯାହା ଫଳରେ ଶିଶୁଟି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବ ନାହିଁ ।

 

Leave A Reply

Your email address will not be published.