ଭାଇରାଲ ହେଉଛି ଅନନ୍ତ ରାଧିକାଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ କାର୍ଡ, କ୍ରୁଜରେ ହେବ ସେଲିବ୍ରେସନ୍

ଗୁଜୁରାଟର ଜାମନଗରରେ ତିନି ଦିନିଆ ଗ୍ରାଣ୍ଡ ପ୍ରି-ୱେଡିଙ୍ଗ ସେଲିବ୍ରେସନ ପରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ବର୍ତ୍ତମାନ ଅନନ୍ତ-ରାଧିକାର ସେକେଣ୍ଡ ପ୍ରି-ୱେଡିଙ୍ଗ ଆୟୋଜନ କରିଛନ୍ତି । ଏହି ସମୟରେ, ଦମ୍ପତିଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ଇଭେଣ୍ଟର କାର୍ଡ ପ୍ରକାଶ ପାଇଛି, ଯେଉଁଥିରେ ଚାରି ଦିନରେ ଆୟୋଜିତ ହେବାକୁ ଥିବା ସମସ୍ତ ସେଲିବ୍ରେସନର ଡିଟେଲ୍ସ ସେୟାର କରାଯାଇଛି ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ସେଲିବ୍ରେସନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଗୁଜୁରାଟର ଜାମନଗରରେ ତିନି ଦିନିଆ ଗ୍ରାଣ୍ଡ ପ୍ରି-ୱେଡିଙ୍ଗ ସେଲିବ୍ରେସନ ପରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ବର୍ତ୍ତମାନ ଅନନ୍ତ-ରାଧିକାର ସେକେଣ୍ଡ ପ୍ରି-ୱେଡିଙ୍ଗ ଆୟୋଜନ କରିଛନ୍ତି । ଏହି ସମୟରେ, ଦମ୍ପତିଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ଇଭେଣ୍ଟର କାର୍ଡ ପ୍ରକାଶ ପାଇଛି, ଯେଉଁଥିରେ ଚାରି ଦିନରେ ଆୟୋଜିତ ହେବାକୁ ଥିବା ସମସ୍ତ ସେଲିବ୍ରେସନର ଡିଟେଲ୍ସ ସେୟାର କରାଯାଇଛି ।

୨୮ ମେ ରୁ ୩୧ ମେ ମଧ୍ୟରେ ସମୁଦ୍ରରେ ଏକ କ୍ରୁଜ୍ ଯାତ୍ରା ସମୟରେ ଏହି ଇଭେଣ୍ଟ ସେଲିବ୍ରେଟ କରାଯିବ । ଏବେ ବଲିଉଡ ତଥା କ୍ରିକେଟ ଷ୍ଟାରମାନେ ଅନନ୍ତ ଅମ୍ବାନୀ -ରାଧିକା ମର୍ଚାଣ୍ଟଙ୍କର ସେକେଣ୍ଡ ପ୍ରି-ୱେଡିଙ୍ଗରେ ଯୋଗଦେବାକୁ ବାହାରିଛନ୍ତି । ନିକଟରେ ରଣବୀର କପୁର-ଆଲିଆ ଭଟ୍ଟ ନିଜ ଝିଅ ରାହା ସହିତ ଏୟାରପୋର୍ଟରେ ନଜର ଆସିଥିଲେ । ଏମଏସ ଧୋନି ଏବଂ ସଲମାନ ଖାନ ମଧ୍ୟ ଏହି ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି ।

ଏବେ ସମସ୍ତେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ ଏହି ଦମ୍ପତି ସେମାନଙ୍କର ସେକେଣ୍ଡ ପ୍ରି-ୱେଡିଙ୍ଗ କେବେ ଆରମ୍ଭ କରିବେ । ସୂଚନା ଥାଉ କି ଜୁଲାଇରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବିବାହ କରିବେ । ଏହା ପୂର୍ବରୁ ମେ ୨୮ ରୁ ମେ ୩୦ ମଧ୍ୟରେ ଦମ୍ପତିଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ସେଲିବ୍ରେସନ ଆରମ୍ଭ ହେବ ।

ଏହି ଚାରି ଦିନିଆ ଇଭେଣ୍ଟର ସମସ୍ତ ଡିଟେଲ୍ସ ପ୍ରକାଶ ପାଇଛି, ଯେଉଁଥିରେ ମେ ୨୮ ରେ କ୍ରୁଜ୍ ରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରାଯିବ । ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସେକେଣ୍ଡ ପ୍ରି-ୱେଡିଙ୍ଗ ୨୯ ମେ’ରେ ଲଞ୍ଚ ପାର୍ଟି, ୩୦ ମେ’ରେ ଡ୍ୟାନ୍ସ ପାର୍ଟୀ ଏବଂ ୩୧ ମେ’ ଅର୍ଥାତ୍ ଶନିବାର ଦିନର ଥିମ୍ ହେବ ‘ଲା ଡୋଲ୍ସ ଭିଟା’ ଅର୍ଥାତ୍ ନୃତ୍ୟ-ଗୀତ ଏବଂ ମସ୍ତି, ଯେଉଁଥିରେ ଇଟାଲିୟାନ ସମର୍ ଡ୍ରେସ୍ କୋଡ୍ ରହିବ ।

ଏହା ବ୍ୟତୀତ ଅନିଲ ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ହେବାକୁ ଥିବା ବୋହୂ ରାଧିକା ମର୍ଚାଣ୍ଟ ମଧ୍ୟ ଇଟାଲୀ ଯାଇସାରିଲେଣି । ସେକେଣ୍ଡ ପ୍ରି-ୱେଡିଙ୍ଗ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୁଜର ନାମ ହେଉଛି ‘Celebrity ascent’ । ଏହା ମେ ୨୮ ରେ ଇଟାଲୀର ପାଲେରମୋ ପୋର୍ଟରୁ ବାହାରି ୪୩୮୦ କିଲୋମିଟର ଦୂରତା ଯାତ୍ରା କରିବା ପରେ ଦକ୍ଷିଣ ଫ୍ରାନ୍ସରେ ପହଞ୍ଚିବ ।

Leave A Reply

Your email address will not be published.