ଆଇପିଏଲ ୨୦୨୪ : ଗ୍ରାଉଣ୍ଡମ୍ୟାନ ଏବଂ କ୍ୟୁରେଟର୍ସ ପାଇଁ ଟଙ୍କା ବର୍ଷା କଲା ବିସିସିଆଇ, ପୁରସ୍କାର ଭାବେ ମିଳିବ ଲକ୍ଷ ଲକ୍ଷ ଟଙ୍କା
ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି । ବିସିସିଆଇ ସଚିବ ଜୟ ଶାହ ଗ୍ରାଉଣ୍ଡ ଷ୍ଟାଫକୁ ୨୫-୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ପୁରସ୍କାର ଟଙ୍କା ୧୦ଟି ମଇଦାନର ଷ୍ଟାଫଙ୍କୁ ମିଳିବ ।

କୋଲକତା ନାଇଟ ରାଇଡର୍ସ ପୁଣିଥରେ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି । ଟିମ୍ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି । ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି । ତେବେ ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି । ବିସିସିଆଇ ସଚିବ ଜୟ ଶାହ ଗ୍ରାଉଣ୍ଡ ଷ୍ଟାଫକୁ ୨୫-୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ପୁରସ୍କାର ଟଙ୍କା ୧୦ଟି ମଇଦାନର ଷ୍ଟାଫଙ୍କୁ ମିଳିବ । ସେହିଭଳି ୩ଟି ଅତିରିକ୍ତ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଅଧିକ ଟଙ୍କା ମିଳିବ ।
ଜୟ ଶାହ Xରେ ପୋଷ୍ଟ କରି କହିଛନ୍ତି, ଆମର ସଫଳ ଟି୨୦ ସିଜିନ(ଆଇପିଏଲ ୨୦୨୪) ପଛରେ ଅନସଙ୍ଗ ହିରୋ ଗ୍ରାଉଣ୍ଡଷ୍ଟାଫଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଖରାପ ପାଣିପାଗ ସ୍ଥିତିରେ ଭଲ ପିଚ୍ ତିଆରି କରି ରଖିଥିଲେ । ୧୦ ନିୟମିତ ଆଇପିଏଲ ମଦାନରେ ଗ୍ରାଉଣ୍ଡସମ୍ୟାନ୍ ଏବଂ କ୍ୟୁରେଟର ୨୫-୨୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ୩ଟି ଅତିରିକ୍ତ ମଇଦାନ ଷ୍ଟାଫଙ୍କୁ ୧୦-୧୦ ଲକ୍ଷ ଟଙ୍କା ମିଳିବ । ଆପଣମାନଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ।
The unsung heroes of our successful T20 season are the incredible ground staff who worked tirelessly to provide brilliant pitches, even in difficult weather conditions. As a token of our appreciation, the groundsmen and curators at the 10 regular IPL venues will receive INR 25…
— Jay Shah (@JayShah) May 27, 2024
ଆଇପିଏଲ ୨୦୨୪ ବିଜେତା ଟିମ୍ କୋଲକତା ନାଇଟ ରାଇଡର୍ସ ଟିମକୁ ୨୦ କୋଟି ମିଳିଛି । ସେହିପରି ହାଇଦ୍ରାବାଦକୁ ୧୨.୫ କୋଟି ଟଙ୍କା ମିଳିଛି । ରାଜସ୍ଥାନ ରୟାଲ୍ସକୁ ୭ କୋଟି ଏବଂ ଆରସିବିକୁ ୬.୫ କୋଟି ଟଙ୍କା ମିଳିଛି ।
ଆଇପିଏଲରେ ତୃତୀୟ ଥର ପାଇଁ ଟାଇଟଲ ଜିତିଛି କୋଲକତା ନାଇଟ ରାଇଡର୍ସ । ଟିମ ପ୍ରଥମ ଥର ପାଇଁ ୨୦୧୨ରେ ଚାମ୍ପିଅନ ହୋଇଥିଲା । ଏହାପରେ ୨୦୧୪ରେ ଜିତିଥିଲା । ଏବେ ପୁଣି ଥରେ ମ୍ୟାଚ ଜିତି ଚାମ୍ପିଅନ ହୋଇଛି କେକେଆର ।