ଗରମ ଦିନେ ଗାଡ଼ିର ଟ୍ୟାଙ୍କକୁ ଫୁଲ୍ କରିବା ଉଚିତ୍ କି ? ଜାଣନ୍ତୁ କଣ କହୁଛି ରିପୋର୍ଟ
ଗରମ ଦିନରେ କାର ଅଧିକ ଗରମ ହୋଇଯାଏ । ଏପରି ସ୍ଥିତିରେ ଲୋକମାନେ ଗରମ ଦିନରେ ବାହାରକୁ ଯିବା ପାଇଁ ନିଜ କାରର ଟ୍ୟାଙ୍କ ଭରିବାକୁ ମଧ୍ୟ ଭୟ କରନ୍ତି । କାରଣ କାରକୁ ନେଇ କିଛି ସମସ୍ୟା ଥାଏ ଯାହା ଲୋକଙ୍କୁ ଦ୍ୱନ୍ଦରେ ପକାଇଥାଏ ।

ଦେଶର ଅନେକ ଅଞ୍ଚଳରେ ଅତ୍ୟଧିକ ଗରମ ହେଉଛି । ଏହା ସହିତ ସ୍କୁଲ ବି ଛୁଟି ରହିଛି । ଏହି ସମୟରେ ପିଲାମାନେ ଦୂର ସ୍ଥାନକୁ ବୁଲିବା ପାଇଁ ବାପା ମା’ଙ୍କ ପାଖେ ଅଳି କରୁଛନ୍ତି । ତେଣୁ ଆପଣମାନେ ବି ପିଲାମାନଙ୍କୁ ବୁଲାଇବା ପାଇଁ ଦୂର ସ୍ଥାନ ଯିବାକୁ ପ୍ଲାନ କରୁଥିବେ । କିନ୍ତୁ ଯଦି ଆପଣ କାରରେ ଯିବା ପାଇଁ ପ୍ଲାନ୍ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଜରୁରୀ ସୂଚନା ବିଷୟରେ ଜଣାଇବାକୁ ଯାଉଛୁ ।
ଗରମ ଦିନରେ କାର ଅଧିକ ଗରମ ହୋଇଯାଏ । ଏପରି ସ୍ଥିତିରେ ଲୋକମାନେ ଗରମ ଦିନରେ ବାହାରକୁ ଯିବା ପାଇଁ ନିଜ କାରର ଟ୍ୟାଙ୍କ ଭରିବାକୁ ମଧ୍ୟ ଭୟ କରନ୍ତି । କାରଣ କାରକୁ ନେଇ କିଛି ସମସ୍ୟା ଥାଏ ଯାହା ଲୋକଙ୍କୁ ଦ୍ୱନ୍ଦରେ ପକାଇଥାଏ । ଏହା ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟୁଲ୍ ଟ୍ୟାଙ୍କ୍ ଭରିବା ବିଷୟରେ ଅନେକ ଗୁଜବ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଗାଡ଼ିର ଫ୍ୟୁଲ୍ ଟ୍ୟାଙ୍କ୍ ଅଧାରୁ ଅଧିକ ଭର୍ତ୍ତି କରାଯିବା ଠିକ୍ ନୁହେଁ । ଏହିପରି ଜିନିଷରୁ ଦୂରେଇ ରହିବା ଆବଶ୍ୟକ ।
ରିପୋର୍ଟ ଅନୁଯାୟୀ ଅଏଲ୍ ମାର୍କେଟିଂ କମ୍ପାନୀ ଏହାକୁ ଅସ୍ୱୀକାର କରିଛି । ଇଣ୍ଡିଆନ ଅଏଲ୍ କର୍ପୋରେସନର ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ଅଟୋମୋବାଇଲ୍ କମ୍ପାନୀଗୁଡିକ ଗାଡ଼ି ପ୍ରଡକ୍ସନ କରନ୍ତି, ସେତେବେଳେ ସେମାନେ ସମସ୍ତ ସମସ୍ୟାକୁ ଧ୍ୟାନରେ ରଖି ଗାଡ଼ି ତିଆରି କରନ୍ତି । ଏଥିରେ ଗାଡ଼ିର ତାପମାତ୍ରା ଏବଂ ଭଲ କାର୍ଯ୍ୟଦକ୍ଷତାକୁ ମଧ୍ୟ ଧ୍ୟାନରେ ରଖାଯାଏ ।
ଏହା ସହିତ ଅଟୋମୋବାଇଲ୍ କମ୍ପାନୀଗୁଡିକ କୌଣସି ପ୍ରକାରର ର୍ଦୁଘଟଣାକୁ ଏଡାଇବା ପାଇଁ ଏହି ସବୁ ଜିନିଷକୁ ଧ୍ୟାନରେ ରଖିଥାନ୍ତି । କାର୍ କିମ୍ବା ବାଇକରେ ଫ୍ୟୁଲ୍ ଟ୍ୟାଙ୍କ ଭରିବାରେ କୌଣସି ଅସୁବିଧା ନାହିଁ । ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ଋତୁ ଅନୁଯାୟୀ ଗାଡିର ଟ୍ୟାଙ୍କ ଭରିବା ପାଇଁ କାର କିମ୍ବା ବାଇକ୍ କମ୍ପାନୀଗୁଡ଼ିକ ଲିମିଟ୍ ସେଟ୍ କରିଛନ୍ତି, ସେହି ହିସାବରେ ହିଁ ଗାଡିରେ ଇନ୍ଧନ ଭରିବା ଉଚିତ୍ ।