ଚାଉଳ ବଣ୍ଟନରେ ହେଉଛି ବଡ଼ ଧରଣର ହେରଫେର, ଗ୍ରାମବାସୀଙ୍କ ଅଭିଯୋଗ

୯ ମାସର ଚାଉଳ ବଣ୍ଟନରେ ହୋଇଛି ହେର୍ ଫେର୍ । ୪ ମାସର ଚାଉଳ ବାଣ୍ଟି ବଳକା ୫ ମାସର ଚାଉଳକୁ ଚଳୁ କରିଥିବା ହୋଇଛି ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି କାବିରିବାଡ଼ି ପଞ୍ଚାୟତର ୩ ଖଣ୍ଡ ଗ୍ରାମବାସୀ ।

ଲକ୍ଷ୍ମୀପୁର(କେନ୍ୟୁଜ): ଲୋକ ଡିଜିଟାଲ ଦୁନିଆରେ ସ୍କାମ କରୁଥିବା ବେଳେ ଏବଂ ଗାଁ ଗହଳିରେ ବି ସ୍କାମ ହେଉଛି । ଗାଁ ମାନଙ୍କରେ ଫ୍ରି ଚାଉଳକୁ ନେଇ ବଡ଼ ଧରଣର ସ୍କାମ୍‌ ହେଉଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାବିରିବାଡି ପଂଚାୟତରେ ଫ୍ରି ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ । ୯ ମାସର ଚାଉଳ ବଣ୍ଟନରେ ହୋଇଛି ହେର୍ ଫେର୍ । ୪ ମାସର ଚାଉଳ ବାଣ୍ଟି ବଳକା ୫ ମାସର ଚାଉଳକୁ ଚଳୁ କରିଥିବା ହୋଇଛି ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି କାବିରିବାଡ଼ି ପଞ୍ଚାୟତର ୩ ଖଣ୍ଡ ଗ୍ରାମବାସୀ । କେବଳ ୩ ଖଣ୍ଡ ଗାଁ ନୁହେଁ ପୁରା ପଞ୍ଚାୟତରେ ଫ୍ରି ଚାଉଳ ସ୍କାମ୍ ହୋଇଥିବା ଅଭିଯୋଗ ହୋଇଛି।

ବନ୍ଧୁଗାଁ ବ୍ଲକ ର କାବିରିବାଡ଼ି ପଞ୍ଚାୟତର ଡିମିଟିଗୁଡ଼ା ଗାଁର ବାଙ୍ଗୁରୁ କାଡରାକାଙ୍କ ରାସନ କାର୍ଡରେ ୨୨ ଫେବୃଆରୀ ୨୦୨୪ରେ ଚାଉଳ ମିଳିଥିଲା । ତେବେ ମାର୍ଚ୍ଚ, ଏପ୍ରିଲ୍, ମେ, ଜୁନ୍, ମାସର ଚାଉଳ ଉଠାଯାଇଛି କିନ୍ତୁ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନାହିଁ ଚାଉଳ । ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧ ହଜାର ଟଙ୍କା ସହ ବ୍ୟାଗ ବି ପାଇ ନାହାଁନ୍ତି ହିତାଧିକାରୀ । ସେହିପରି କାଡ୍ରାକା ଜୁଗୁ ଓ କାଡ୍ରାକା ବେଶୁଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ପୂର୍ବରୁ କେବଳ ୪ ମାସର ଚାଉଳ ମିଳିଛି ପରେ ଆଉ ୫ ମାସର ଚାଉଳ ଓ ବ୍ୟାଗ୍ ଏବଂ ୧ ହଜାର ଟଙ୍କା ମିଳିନାହିଁ । ସେପଟେ ନା ଗୋଦାମରେ ୫ ମାସର ଚାଉଳ ମହଜୁଦ ରହିଛି ନା ପଂଚାୟତରେ ରହିଛି । ଖାଲି ବାଙ୍ଗୁରୁ କାଡ୍ରାକା ନୁହଁ ଡିମିଟିଗୁଡାର ଏମିତି ଅନେକ ହିତାଧିକାରୀ ୫ ମାସର ଚାଉଳ, ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଥିବା ୧ ହଜାର ଟଙ୍କା ସହ ବ୍ୟାଗ ବି ପାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ସରକାର ଦେଉଥିବା ମାଗଣା ଚାଉଳ , ୧ ହଜାର ଟଙ୍କା ,ମାଗଣା ବ୍ୟାଗ ଯାଉଛି କୁଆଡ଼େ ବୋଲି ପ୍ରଶ୍ନ ଉଠିଛି । ଏସବୁ ଚାଉଳ ଓ ଟଙ୍କାକୁ ଅଧିକାରୀମାନେ ଆତ୍ମସାତ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବ୍ଲକରେ ସବୁ ଆଡ଼େ ଚାଉଳ ବଣ୍ଟନ ହୋଇଥିବା ବେଳେ କାବେରିବାଡି ପଂଚାୟତରେ କାହିଁକି ବଣ୍ଟା ଗଲାନି ତାହା ଏବେ ବଡ଼ ପ୍ରଶ୍ନ ? ୫ ମାସ ଚାଉଳ ହଡପ ହୋଇଥିବା ନେଇ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଇଛି ।

ଘଟଣା ବିଷୟରେ କୌଣସି ଅଧିକାରୀ ମୁହଁ ଖୋଲୁନଥିବା ବେଳେ ବିଡିଓ କହିଛନ୍ତି ଘଟଣାର ତଦନ୍ତ ହେବ । ଏବଂ ଯେଉଁମାନେ ବି ଏଥିରେ ସଂପୃକ୍ତ ଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ବନ୍ଧୁଗାଁ ବ୍ଲକର କାବେରୀ ବାଡି ପଂଚାୟତରେ ୫ ମାସର ଚାଉଳ , ୧ ହଜାର ଟଙ୍କା ସହ ବ୍ୟାଗ ବଣ୍ଟନର ମହାଦୁର୍ନୀତି ହୋଇଛି । ଏହି ଦୁର୍ନିତିରେ ସାମିଲ ଥିବା ଲୋକଙ୍କ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.