ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ: ଭୋଟର ଅସନ୍ତୁଷ୍ଟ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ପଡୁଛି ଭୋଟ । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଏଥିପାଇଁ ପ୍ରତି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ବି କିଛି ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ପଡୁଛି ଭୋଟ ।  ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଏଥିପାଇଁ ପ୍ରତି ବୁଥରେ ଆବଶ୍ୟକ ପ୍ରସ୍ତୁତି ହୋଇଥିଲେ ବି କିଛି ବୁଥରେ ଇଭିଏମ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଛି । ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

କଟକର ବାରବାଟୀର ବୁଥ୍ ନଂ ୨୪, ବିଡ଼ାନସୀ ବୁଥ୍‌ ନଂ ୬, ବାଙ୍କୀ ହରିରାଜପୁର ବୁଥ୍ ନଂ ୧୪୮ ଓ ବାଙ୍କୀର ୯୬ନଂ ବୁଥରେରେ ଇଭିଏମ୍ କାମ କରୁନି । ଭୁବନେଶ୍ୱର ନୟାପଲ୍ଲୀର ୧୨୨ ନଂ ବୁଥ୍‌, ନୀଳାଦ୍ରି ବିହାର ବୁଥ୍ ନଂ ୭୩, ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍‌ ଇଭିଏମ୍‌ , ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍‌ ଅଚଳ ହୋଇ ଯାଇଥିବା ସୂଚନା ମିଳିଛି ।

ସେହିପରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦର ୧୩, ୪୯ ଓ ୫୦ନଂ ବୁଥ୍‌ରେ ଇଭିଏମ୍‌ କାମ କରୁନି, ସେହିପରି ପୁରୀ ସତ୍ୟବାଦୀ ୧୯୧ ନଂ ବୁଥରେ ଇଭିଏମ୍ ବି ଅଚଳ ହୋଇ ଯାଇଛି। , ଢେଙ୍କାନାଳ ସୀମାଳିଆ ବୁଥ୍ ନମ୍ବର ୧୫୭ ବୁଥରେ ସମସ୍ୟା ଦେଖାଦେଇଛି । ସେହିପରି ଆନ୍ଦପୁର ହାଟଡିହି ବୁଥ୍ ନମ୍ବର ୧୩୯ ଓ ଦେବଗଡ ବୁଥ୍ ନମ୍ବର ୧୮, ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ଟି ବୁଥ, ଅନୁଗୁଳ ୩୫ ନମ୍ବର ବୁଥ୍, କେନ୍ଦୁଝର ବଡପଦନା ବୁଥ୍ ନମ୍ବର ୨୭୪ ମଧ୍ୟ ଇଭିଏମ ମେସିନ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ଦେଖାଦେଇଛି ।

Leave A Reply

Your email address will not be published.