ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୭.୪୩% ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟିଂ

ଓଡ଼ିଶାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ଗ୍ରହଣ ହେଉଛି । ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୪୩% ମତଦାନ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ଗ୍ରହଣ ହେଉଛି । ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୪୩% ମତଦାନ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ସର୍ବାଧିକ ୭.୦୯% ଭୋଟିଂ ହୋଇଥିବାବେଳେ ଭୁବନେଶ୍ବର ଲୋକସଭା ଆସନରେ ସର୍ବନିମ୍ନ ୬.୬୫% ଭୋଟିଂ ହୋଇଛି। କଟକ ଲୋକସଭା ଆସନରେ ୭.୩୨% , ଢେଙ୍କାନାଳ ଲୋକସଭା ଆସନରେ ୭.୯୫% , ଢେଙ୍କାନାଳ ଲୋକସଭା ଆସନରେ ୭.୯୫% ଓ ପୁରୀ ଲୋକସଭା ଆସନରେ ୬.୮୭% ଭୋଟିଂ ହୋଇଛି।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ସଂଧ୍ୟା ୬ଟା ଯାଏ ଚାଲିବ । ତେବେ ରେଢ଼ାଖୋଲ ଓ କୁଚିଣ୍ଡାରେ ଅପରାହଣ ୪ଟା ଯାଏ ଏବଂ ଦେବଗଡ଼ରେ ଅପରାହଣ ୫ଟା ଯାଏ ଭୋଟ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ । ଏହି ପର୍ଯ୍ୟାୟରେ ରହଛି ବହୁ ଚର୍ଚ୍ଚିତ ଆସନ ଓ ଲଢୁଛନ୍ତି ବହୁ ଚର୍ଚ୍ଚିତ ଚେହେରା । ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର ମତଦାନ କରିବେ । ପୁରୁଷ ଭୋଟର ୪୮ଲକ୍ଷ ୩୦ହଜାର ଥିବା ବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ଅଛନ୍ତି । ୨୧ ପ୍ରତିଶତ ଯୁବ ଭୋଟର । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୦ ହଜାର ୫୫୧ ବୁଥରେ ହେବ ମତଦାନ । ୨ହଜାର ମଡେଲ ବୁଥ ରହିଛି । ମତଦାନ ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦନ ପାଇଁ ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.