ଭୋଟ୍ ଦେଲେ ନବୀନ ପଟ୍ଟନାୟକ, କହିଲେ ବିଜେଡିର ହେବ ବଡ ବିଜୟ

ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ । ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏରୋଡ୍ରମ କଲୋନୀ ୟୁପି ସ୍କୁଲରେ ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ । ମତଦାନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ଜଗନ୍ନାଥଙ୍କ ଆର୍ଶୀବାଦରୁ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ବଡ ବିଜୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ସ୍ଥିର ସରକାର ଦେବୁ ।

ଭୁବନେଶ୍ୱର (କେନ୍ୟୁଜ): ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ । ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ଏରୋଡ୍ରମ କଲୋନୀ ୟୁପି ସ୍କୁଲରେ ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ ।  ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ନିର୍ବାଚନରେ ଇତିହାସ ରଚିବ ବିଜେଡି । ଜଗନ୍ନାଥଙ୍କ ଆର୍ଶୀବାଦରୁ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡିର ବଡ ବିଜୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ସ୍ଥିର ସରକାର କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ମତ ସାବ୍ୟସ୍ତ କରିବାକୁ ନବୀନ ଅପିଲ କରିଛନ୍ତି ।

ସୂଚନା ଅନୁସାରେ କିଛି ସମୟ ପୂର୍ଣ୍ଣରୁ ଘରୁ ଅଟୋରେ ବସି ୟୁନିଟ-୬ GOVT ହାଇସ୍କୁଲ ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ସାଧାରଣ ଲୋକଙ୍କ ପରି ଲମ୍ବା ଧାଡିରେ ଛିଡା ହୋଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। ନଜ ମନ ପସନ୍ଦର ପ୍ରାର୍ଥୀ ବାଛିନ୍ତୁ ।

Leave A Reply

Your email address will not be published.