ନିର୍ବାଚନ ଦିନ ଅଶାନ୍ତ କଟକ: ଗଳାକାଟି ଦୁଇଟି ଯୁବକଙ୍କୁ ହତ୍ୟା

ନିର୍ବାଚନ ଦିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ । କଟକରେ ଗଳାକାଟି ହତ୍ୟା କରାଯଇଛି। କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ । ସେହିପରି କନ୍ଦରପୁର ଥାନା ଅନ୍ତର୍ଗତ ଦେଓପୁର ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି । ଏଠାରେ ବି ଜଣେ ଯୁବକଙ୍କର ଗଳାକାଟି ହତ୍ୟା କରାଯାଇଛି ।

କଟକ /ସାଲେପୁର (କେନ୍ୟୁଜ): ନିର୍ବାଚନ ଦିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ । କଟକରେ ଗଳାକାଟି ହତ୍ୟା କରାଯଇଛି। କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ । ଜଗତପୁର ଥାନା ପ୍ରଧାନପଡ଼ା ଗାଁ କ୍ଲବରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ୩ ଜଣଙ୍କୁ ଅଟକ ରଖି ଛାନଭିନ୍ କରୁଛି ପୋଲିସ ।

ସେହିପରି କନ୍ଦରପୁର ଥାନା ଅନ୍ତର୍ଗତ ଦେଓପୁର ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଛି । ଏଠାରେ ବି ଜଣେ ଯୁବକଙ୍କର ଗଳାକାଟି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ସୁରଜ ଭୋଇ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା । ଘଟଣା ସ୍ଥଳରେ କନ୍ଦରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ହତ୍ୟାରେ ଏକାଧିକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.