Below header

ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ସଚିବ, ଜ୍ଵର ଆସିଲେ ଟେଷ୍ଟ କରିବାକୁ ଦେଲେ ପରାମର୍ଶ

ରୁବେଲା ଭାଇରସକୁ ନେଇ ଗର୍ଭବତୀ ମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ । ସେଥିପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଏବଂ ଜ୍ଵର ଆସୁଛି, ସେମାନେ ରୁବେଲା ଟେଷ୍ଟ କରିବା ନେଇ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଭୁବନେଶ୍ୱର (କେନ୍ୟୁଜ): ରୁବେଲା ଭାଇରସକୁ ନେଇ ଗର୍ଭବତୀ ମାନଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଭାଇରସ ଜନ୍ମରୁ ଦେଖା ଦେଇଥାଏ ।  ସେଥିପାଇଁ ଯେଉଁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଏବଂ ଜ୍ଵର ଆସୁଛି, ସେମାନେ ରୁବେଲା ଟେଷ୍ଟ କରିବା ନେଇ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୧୮ ଜଣ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଥିଲା ।  ଏବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।  ଭୟଭୀତ କି ଆତଙ୍କିତ ନ ହେବାକୁ କୁହାଯାଇଛି । ଆମର ଆରଆରଟି ଟିମ୍ ସରଭେଲାନ୍ସ କରୁଛି ।  ଇମ୍ମୁନାଇଯେସନକୁ ଗୁରୁତ୍ଵ ଦେଉଛୁ ।  ବିଶେଷ କରି ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଏବଂ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି ।  ସେମାନଙ୍କୁ ବେଶୀ ଗୁରୁତ୍ଵ ଦେଉଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ଆଉ କିଛି ନୂଆ କେସ ଆସି ନାହିଁ ।  ସମସ୍ତେ ଷ୍ଟେବୁଲ ଅଛନ୍ତି ।  ଆମର ଆରଆରଟି ଟିମ୍ ସରଭେଲାନ୍ସ । ମୋଟ୍ ୧୮ ସାମ୍ପୁଲରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏବେ ସ୍ଥିତି ସ୍ୱାଭାବିକ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.