Below header

ପୁଅ ଦ୍ୱିତୀୟ ଥର ବାହା ହେଉଥିଲା, ଜେଲକୁ ଘୋଷାଡ଼ି ଘୋଷାଡ଼ି ନେଇଗଲା ବାପା

ଘରେ ସ୍ତ୍ରୀ ଓ ୮ବର୍ଷର ପୁଅ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲେ ବ୍ୟକ୍ତି। କିନ୍ତୁ ତାପୂର୍ବରୁ ଏକଥା ଯାଇ ପଡିଲା ବାପାଙ୍କ କାନରେ । ହଠାତ୍‌ ପହଁଚିଗଲେ ବାପା । ତାପରେ ବୁଢ଼ା ବାପା ନାଲି ଆଖି ଦେଖାଇ ପୁଅର କଲର ଧରି ରାସ୍ତାରେ ଘୋଷାରି ଘୋଷାରି ଆଣିିଲେ । କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ପୁଲିସ ଜିମାରେ ଦେଲେ ବାପା।

ବାସୁଦେବପୁର (କେନ୍ୟୁଜ) : ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଓ ୮ବର୍ଷର ପୁଅ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲେ ବ୍ୟକ୍ତି। କିନ୍ତୁ ତାପୂର୍ବରୁ ଏକଥା ଯାଇ ପଡିଲା ବାପାଙ୍କ କାନରେ । ହଠାତ୍‌ ପହଁଚିଗଲେ ବାପା । ତାପରେ ବୁଢ଼ା ବାପା ନାଲି ଆଖି ଦେଖାଇ ପୁଅର କଲର ଧରି ରାସ୍ତାରେ ଘୋଷାରି ଘୋଷାରି ଆଣିିଲେ । କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ପୁଲିସ ଜିମାରେ ଦେଲେ ବାପା।

ହଁ ଆଜ୍ଞା ପ୍ରଥମ ସ୍ତ୍ରୀ କୁ ଛାଡି ମନ୍ଦିରରେ ଦ୍ୱିତୀୟ ବିବାହ କରୁଥିବା ସମୟରେ ପ୍ରଥମ ସ୍ତ୍ରୀ ଓ ବାପା ପହଂଚି ପୁଅକୁ ମନ୍ଦିରରୁ ଟାଣି ଟାଣି ଆଣି ଥାନାରେ ଦ୍ୱାରସ୍ତ କରିବା ଘଟଣା ସ୍ଥାନୀୟ ଅଞ୍ଚଳ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଅଭିଯୋଗ ଅନୁସାରେ, ଏଡ଼ତାଳ ଗାଁର ବିଷ୍ଣୁମୋହନଙ୍କ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି। ଏସବୁ ସତ୍ତ୍ୱେ ଅଜୟ ଆଉ ଜଣେ ମହିଳାଙ୍କୁ କୋର୍ଟ ବିବାହ କରିବାକୁ ଯାଇଥିଲେ। କଣ କରିବ ପୁଅର ମନ ଯାଇ ଲାଖିଥିଲା ଆଉ ଜଣେ ମହିଳା ପାଖରେ ।

ଅଜୟ କିଛିଦିନ ପୂର୍ବରୁ ଚାନ୍ଦିମାଳ ଅଞ୍ଚଳରେ ଗୋଟିଏ ସ୍ତ୍ରୀ ଲୋକ ସାଙ୍ଗରେ ସମ୍ପର୍କରେ ଥିଲେ। କିନ୍ତୁ ଏହି ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସେ ତାର ପ୍ରଥମ ସ୍ତ୍ରୀଙ୍କୁ ଛାଡି ଚାନ୍ଦିମାଳ ଅଞ୍ଚଳ ର ଜୈନିକ ସ୍ତ୍ରୀ ଲୋକ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ମନ ସ୍ଥିର କରିଥିଲା। ଅଜୟ ବାସୁଦେବପୁର କୋର୍ଟରେ ଉକ୍ତ ମହିଳାଙ୍କୁ ଆଣି ପ୍ରଥମେ କୋର୍ଟ ମ୍ୟାରେଜର ବ୍ୟବସ୍ତା କରୁଥିଲା । ଏପଟେ ଅଜୟଙ୍କ ବାପା ବିଷ୍ଣୁମୋହନ ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏହି କଥା ବିଷ୍ଣୁମୋହନ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ।

ପରେ ବିଷ୍ଣୁମୋହନ ନାତି ଓ ବୋହୂ ସହିତ ଘଟଣା ସ୍ଥଳରେ ପହଞ୍ଚିବା ପରେ ନିଜ ସ୍ବାମୀଙ୍କ ସହିତ ଚାନ୍ଦିମାଳ ଅଞ୍ଚଳ ମହିଳାକୁ ଦେଖି ସ୍ତ୍ରୀ ତୁଳସୀ ଓ ଅଜୟଙ୍କ ବାପା ଉତ୍ତେଜିତ ହୋଇଯାଇଥିଲେ । ପୁଅର ଏଭଳି କାର୍ଯ୍ୟକୁ ଦେଖି ରାଗରେ ନିଜ ପୁଅ ସହିତ ଉକ୍ତ ସ୍ତ୍ରୀ ଲୋକକୁ ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ଆଣି ବାସୁଦେବପୁର ପୋଲିସରେ ଜିମା ଦେଇଥିବାର ଦେଖିବାକୁ ମିଳିଥିଲା। ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ନେବା ସମୟରେ ବଜାରର ଲୋକ ମାନେ ଏପରି ଘଟଣାକୁ ଦେଖି ଚକିତ ହେବ ସହିତ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରଥମ ସ୍ତ୍ରୀ ଅଜୟ ନାଁରେ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଅଜୟକୁ ଥାନାରେ ଅଟକ ରଖିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଅଜୟ ଓ ସମ୍ପୃକ୍ତ ମହିଳାଙ୍କ ପାଖରୁ ଏହି ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.