Below header

ମୁମ୍ବାଇ: ଚିକେନ ସ୍ୱରମା ଖାଇବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ

ମୁମ୍ବାଇର ଏକ ଷ୍ଟଲରୁ ଚିକେନ ସ୍ୱରମା କିଣିଥିଲେ ୧୯ ବର୍ଷୀୟ ଯୁବକ । ହେଲେ ଏହାକୁ ଖାଇବା ପରେ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି କରିଥିଲେ । ତୁରନ୍ତ ତାଙ୍କୁ ହସପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହାରାଷ୍ଟ୍ର ମୁମ୍ବାଇରେ ଏଭଳି ଘଟଣା ଘଟିଛି ।

ଚିକେନ ସ୍ୱରମା ଖାଇ ଚାଲିଗଲା ଯୁବକଙ୍କ ଜୀବନ । ମୁମ୍ବାଇର ଏକ ଷ୍ଟଲରୁ ଚିକେନ ସ୍ୱରମା କିଣିଥିଲେ ୧୯ ବର୍ଷୀୟ ଯୁବକ । ହେଲେ ଏହାକୁ ଖାଇବା ପରେ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି କରିଥିଲେ । ତୁରନ୍ତ ତାଙ୍କୁ ହସପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହାରାଷ୍ଟ୍ର ମୁମ୍ବାଇରେ ଏଭଳି ଘଟଣା ଘଟିଛି ।

ପୋଲିସ କହିବା ମୁତାବକ, ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ପ୍ରଥମେଶ ଭୋସକ । ସେ ମଇ ୩ ତାରିଖରେ ମୁମ୍ବାଇର ଟ୍ରୋମ୍ବେ ଅଞ୍ଚଳରେ ଥିବା ଏକ ଷ୍ଟଲରୁ ଚିକେନ ସ୍ୱରମା କିଣି ଖାଇଥିଲେ । ଏହା ପରଦିନ ତାଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହୋଇଥିଲା । ଏହାପରେ ତାଙ୍କୁ ନଗରପାଳିକା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ । କିନ୍ତୁ ପୁଣି ରବିବାର ଦିନ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ କେଇଏମ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ତେବେ ପୋଲିସ ଏହି ମାମଲାରେ ତଦନ୍ତ କରି ଷ୍ଟଲ କରିଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ଦୁଇଜଣଙ୍କ ନାମ ଆନନ୍ଦ କାମ୍ବଲେ ଏବଂ ଅହମଦ ଶେଖ ବୋଲି ଜଣାପଡିଛି । ତେବେ ଏମାନଙ୍କ ବିରୋଧରେ ଆଇପିସି ୩୦୪ ସମେତ ବିଭିନ୍ନ ଧାରାରେ ମାମଲା ଦାୟର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.