ସିବିଏସସି ପରୀକ୍ଷାରେ ଓଡିଆରେ ଶହେ ରୁ ଶହେ ମାର୍କ ରଖି ଗୌରବ ଆଣିଲେ ଛାତ୍ରୀ

କନ୍ଧମାଳ ଜିଲ୍ଲା ଫୁଲବାଣୀର ଇଙ୍ଗଲିସ୍‌ ମିଡିୟମ୍‌ ପବ୍ଳିକ୍ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଖିରାବ୍ଧୀ ତନୟା ବୋର୍ଡ ପରୀକ୍ଷାରେ ୯୪ ପ୍ରତଶତ ମାର୍କ ଆଣି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମାତୃଭାଷା ଓଡିଆରେ ଶହେରୁ ଶହେ ମାର୍କ ରଖି ଏବେ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି ।

କନ୍ଧମାଳ(କେନ୍ୟୁଜ): ସିବିଏସସି ପରୀକ୍ଷାରେ ଓଡିଆରେ ଶହେରୁ ଶହେ ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ପିଲାଟି ବେଳୁ ଖେଳକୁଦ ତଥା ମୋବାଇଲ ଦେଖିବାରେ ସମୟ ଅପଚୟ ନକରି ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ଆଉ ବହିକୁ ନିଜ ସାଥୀ ଭାବେ ବାଛି ନେଇ ଦିନ ବିତାଉଥିଲେ । କନ୍ଧମାଳ ଜିଲ୍ଲା ଫୁଲବାଣୀର ଇଙ୍ଗଲିସ୍‌ ମିଡିୟମ୍‌ ପବ୍ଳିକ୍ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଖିରାବ୍ଧୀ ତନୟା ବୋର୍ଡ ପରୀକ୍ଷାରେ ୯୪ ପ୍ରତଶତ ମାର୍କ ଆଣି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମାତୃଭାଷା ଓଡିଆରେ ଶହେରୁ ଶହେ ମାର୍କ ରଖି ଏବେ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି । କୃତୀ ଛାତ୍ରୀ ତନୟାଙ୍କ ସଫଳତାରେ ବାପା ମା’ ବେଶ୍‌ ଖୁସି ଅଛନ୍ତି ।

ପିତା ରଞ୍ଜନ ଦାସ ଓ ମାତା ମମତା ନାୟକଙ୍କ ଏକ ମାତ୍ର କନ୍ୟା ଖିରାବ୍ଧୀ ତନୟା ପିଲାଟୁ ବେଳୁ ହିଁ ପାଠ ପଢ଼ାରେ ବେଶ୍‌ ଆଗୁଆ । ଶିକ୍ଷାପ୍ରତି ସାଧନା ସହିତ ନାଚ,ଗୀତ ଓ ଡିବେଟରେ କୃତି ହାସଲ କରିଛନ୍ତି । ନିଜର କଠିନ ପରିଶ୍ରମ ଯୋଗୁଁ ବିନା ଟିଉସନରେ ବାପା ମା’ଙ୍କ ଶିକ୍ଷା ଓ ସ୍କୁଲରେ ପାଠ ପ୍ରତି ଅଧିକ ଧ୍ୟାନ ଦେଇଥିବାରୁ ଆଜି ଏହି ସଫଳତା ପାଇଥିବା କହିଛନ୍ତି କୃତି ଛାତ୍ରୀ । ଆଗକୁ ସେ ଆହୁରି ଭଲ ପାଠ ପଢି ଭବିଷ୍ୟତରେ ୟୁପିଏସସି ପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି ।

ଅନେକ ସମୟରେ ଇଂରାଜୀ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀ ମାନେ ମାତୃଭାଷା ଓଡିଆ ପ୍ରତି ଦୁର୍ବଳତା ଦେଖିବାକୁ ମିଳିଥାଏ । କିନ୍ତୁ ମାତୃଭାଷା ଓଡିଆକୁ ପ୍ରାଧାନ୍ୟ ଦେଇ ଆଜି ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଖିରାବ୍ଧୀ ତନୟା । ଏନେଇ ତନୟାଙ୍କ ଓଡିଆ ଶକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପଣ୍ଡା ଖୁସି ଅଛନ୍ତି । ଝିଅର ସଫଳତାକୁ ନେଇ ପରିବାରବର୍ଗ ବେଶ୍‌ ଖୁସିଥିବା କହିଛନ୍ତି ମା’ ମମତା ନାୟକ ।

ଆଜିର ସମୟରେ ଛାତ୍ରଛାତ୍ରୀମାନେ ମୋବାଇଲ ପ୍ରତି ଆକର୍ଷିତ ହେଉଥିବା ବେଳେ ତନୟାଙ୍କ ପାଠ ପ୍ରତି ଥିବା ଆଗ୍ରହ ତାଙ୍କୁ ସଫଳତା ଆଣିଦେଇଛି । ତାଙ୍କର ଏଭଳି ସଫଳତା ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.