ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ
ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ । ଆଜି ଅପରାହ୍ନରେ ସେ କେନ୍ଦ୍ରାପଡା ଯିବା ପାଇଁ ଘରୁ ବାହାରୁଥିବା ସମୟରେ ହଠାତ ପଡିଯାଇଥିଲେ ।

ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ ଅସୁସ୍ଥ । ଆଜି ଅପରାହ୍ନରେ ସେ କେନ୍ଦ୍ରାପଡା ଯିବା ପାଇଁ ଘରୁ ବାହାରୁଥିବା ସମୟରେ ହଠାତ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ମହାନଦୀ ବିହାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତାଙ୍କର ରକ୍ତ ହୀନତା ସହିତ ଲୋ ବିପି ରହୁଥିବା ଜଣାପଡିଛି । ଶରୀରରୁ ଆବଶ୍ୟକ ଭିଟାମିନ ମଧ୍ୟ କମିଯାଇଛି । ରକ୍ତର ସ୍ତର 14 ରୁ 5କୁ ଖସି ଆସିଥିବାରୁ ତାକୁ ବଢାଇବା ପାଇଁ ଆଇରନ ଇଞ୍ଜେକ୍ସନ ଓ ସାଲାଇନ ଦିଆଯାଇଛି । ଅବସ୍ଥା ସ୍ଥିର ଅଛି । ଆଜି ରାତିରେ କିଛି ପରୀକ୍ଷା କରାଯିବା ସହିତ ଆସନ୍ତା କାଲି ତାଙ୍କୁ ଡିସ୍ଚାର୍ଜ କରାଯିବ ବୋଲି ଡ଼ାକ୍ଟର କହିଛନ୍ତି । ତାଙ୍କ ଅସୁସ୍ଥତା ଖବର ପାଇଁ ବହୁ କର୍ମୀ ତାଙ୍କୁ ଭେଟିବାକୁ ହସ୍ପିଟାଲ ଆସୁଛନ୍ତି । ଅତ୍ୟଧିକ ପରିଶ୍ରମ, ଅଳ୍ପ ଖାଦ୍ୟ ଗ୍ରହଣ ସାଙ୍ଗକୁ ଦିନ ଦିନ ଅନିଦ୍ରା ରହିବାରୁ ଏପରି ସମସ୍ୟା ହୋଇଥିବା ତାଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ।