ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୨ଜଣ ଗୁରୁତର

ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର। ଜଣେ ମୃତ, ୨ଜଣ ଗୁରୁତର ଆହତ ।

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର। ଜଣେ ମୃତ, ୨ଜଣ ଗୁରୁତର ଆହତ । ସୂଚନା ମୁତାବକ, ଆଜି ଅପରାହ୍ନରେ ଏକ ସ୍ୱିଫ୍ଟ କାରରେ ୩ଜଣ ଯୁବକ ଚଣ୍ଡିଖୋଲରୁ ଜାରକା ଅଭିମୁଖେ ଆସୁଥିବା ସମୟରେ ହଟାତ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇ ଏକ ଖୁଣ୍ଟରେ ମଧ୍ୟ ପିଟି ହୋଇଥିଲା। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ହେଲେ ସ୍ଥାନୀୟ ଝାରଶୋଳ ଗ୍ରାମର ସତ୍ୟ ପ୍ରକାଶ ଦୋରା । ଅନ୍ୟ ୨ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.