ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ବନବିଭାଗର ସ୍ୱତନ୍ତ୍ର ଟିମ, ୫ ଗିରଫ
ନୂଆପଡା ଜିଲ୍ଲାରେ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ଖଡ଼ିଆଳ ବନବିଭାଗର ସ୍ୱତନ୍ତ୍ର ଟିମ l ଏହି ଚଢ଼ାଉରେ ଗୋଟିଏ ବାଘ ଛାଲ ଜବତ ହେବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l

ନୂଆପଡା : ନୂଆପଡା ଜିଲ୍ଲାରେ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ଖଡ଼ିଆଳ ବନବିଭାଗର ସ୍ୱତନ୍ତ୍ର ଟିମ l ଏହି ଚଢ଼ାଉରେ ଗୋଟିଏ ବାଘ ଛାଲ ଜବତ ହେବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l କୋମନା ଥାନା ଅନ୍ତର୍ଗତ ହରିପୁର ଗାଁରେ ଡିଲ ଚାଲିଥିବା ବେଳେ ବନ ବିଭାଗ ମାଡିବସି ବାଘ ଛାଲ ସହ ୫ ଜଣ ଅଭିଯୁକ୍ତ ଗିରଫ କରିବାରେ ସଫଳ ହୋଇଛି l
ସେମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ସହ ୫ ଗୋଟି ମୋବାଇଲ ଫୋନ ଓ ୨ଟି ବାଇକ ମଧ୍ୟ ଜବତ ହୋଇଛି l ଗିରଫ ମଧ୍ୟରେ ୫ ଜଣ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ଅଛନ୍ତି l ଅଭିଯୁକ୍ତମାନେ ହେଲେ ନୂଆପଡା ଜିଲ୍ଲାର ଚିନୁ ପରାଭୂଏ , ରମେଶ ମାଝୀ, ଯଦୁ ପହଁରିଆ,ତୁଳସୀରାମ ପରାଭୁଏ ଏବଂ ପଡୋଶୀ ବଲାଙ୍ଗୀର ଜିଲ୍ଲାର ପବିତ୍ର ମାଝୀ ବୋଲି ଜଣାପଡିଛି l ଆଜି ଗିରଫ ୫ ଜଣ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖଡ଼ିଆଳ ବନବିଭାଗର ଡିଏଫଓ ଅଜିଜ ଖାନ ସୂଚନା ଦେଇଛନ୍ତି l