ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ସ୍ମୃତିଲିପ୍ସା ଦାସ ଦଶପଲ୍ଲା ବ୍ଲକ ଟପ୍ପର

ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସ୍ମୃତିଲିପ୍ସା ଦାସ ମାଟ୍ରିକ ପରୀକ୍ଷା ହେଲେ ବ୍ଲକ ଟପ୍ପର । 

ଦଶପଲ୍ଲା : ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସ୍ମୃତିଲିପ୍ସା ଦାସ ମାଟ୍ରିକ ପରୀକ୍ଷା ହେଲେ ବ୍ଲକ ଟପ୍ପର ।  ରଖିଲେ ସ୍କୁଲ, ପରିବାର ଓ ଅଂଚଳର ନାମ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ଆଜି ସାଢେ଼ ୧୦ଟାରେ କଟକ ସ୍ଥିତ ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଫଳାଫଳ ।   ଦଶପଲ୍ଲା ସ୍ଥିତ ପଞ୍ଚାୟତ ହାଇସ୍କୁଲ, ଡିହଗାଁରେ ଅଧ୍ୟୟନ କରୁଥିବା ସୁଶାନ୍ତ କୁମାର ଦାସ ଓ ପୁଷ୍ପଲତା ଦାସଙ୍କ ଝିଅ ସ୍ମୃତିଲିପ୍ସା ଦାସ ସର୍ବାଧିକ ୫୬୩ ନମ୍ବର ରଖି ଦଶପଲ୍ଲା ବ୍ଲକରେ ଟପ୍ପର ହୋଇଥିବା ଜଣାପଡ଼ିଛି । ତାଙ୍କର ଏହି ସଫଳତା ପାଇଁ ସ୍କୁଲ ଶିକ୍ଷକ, ସାଙ୍ଗସାଥୀ ଓ ପରିବାର ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.