ଫଳ ଦୋକାନୀ ଝିଅ ମାଟ୍ରିକ୍‌ ପରୀକ୍ଷାରେ ଟପ୍‌ ର‍୍ୟାଙ୍କରେ, IAS ହେବା ପାଇଁ ତାଙ୍କର ସ୍ୱପ୍ନ

କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ଶିଖର ଛୁଇଁଥାଏ । ଆଜି ରାଜ୍ୟରେ ପ୍ରକାଶ ପାଇଛି ମ୍ୟାଟ୍ରିକ୍‌ ପରୀକ୍ଷା ରେଜଲ୍ଟ । ଆଉ ପିଲାମାନଙ୍କ କୃତିକୁ ନେଇ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ । ଏମିତି ଏକ ଉଦାହରଣ ରୂପା ସା । ଗାଁର ରଖିଛନ୍ତି ଟେକ । ଝିଅର ସଫଳତାକୁ ଦେଖି ଖୁସିରେ ବାପା ଛାତି ଆଜି କୁଣ୍ଢେମୋଟ ହୋଇଯାଉଛି । କାହିଁକି ନାଁ ଝିଅ ମାଟ୍ରିକ୍‌ ପରୀକ୍ଷାରେ A1ଡିଗ୍ରୀ ହାସଲ କରିଛନ୍ତି ।

ଝାରସୁଗୁଡ଼ା(କେନ୍ୟୁଜ୍‌): କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ଶିଖର ଛୁଇଁଥାଏ । ଆଜି ରାଜ୍ୟରେ ପ୍ରକାଶ ପାଇଛି ମ୍ୟାଟ୍ରିକ୍‌ ପରୀକ୍ଷା ରେଜଲ୍ଟ । ଆଉ ପିଲାମାନଙ୍କ କୃତିକୁ ନେଇ ବେଶ୍‌ ଖୁସି ଅଛନ୍ତି ପରିବାର ଲୋକେ । ଏମିତି ଏକ ଉଦାହରଣ ରୂପା ସା । ଗାଁର ରଖିଛନ୍ତି ଟେକ । ଝିଅର ସଫଳତାକୁ ଦେଖି ଖୁସିରେ ବାପା ଛାତି ଆଜି କୁଣ୍ଢେମୋଟ ହୋଇଯାଉଛି । କାହିଁକି ନାଁ ଝିଅ ମାଟ୍ରିକ୍‌ ପରୀକ୍ଷାରେ A1ଡିଗ୍ରୀ ହାସଲ କରିଛନ୍ତି ।

ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ଓମ୍‌ ପ୍ରକାଶ ସା ଏବଂ ପୁରନ୍ଦା ସାଙ୍କ ଝିଅ ରୂପା ସା ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ ହାସଲ କରିଛନ୍ତି । କିନ୍ତୁ ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି । ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି କରିଛି ।

ରୂପା ପ୍ରଥମରୁ ଜଣେ ମେଧାବୀ ଏବଂ କଠିନ ପରିଶ୍ରମୀ ହୋଇଥିବା ବେଳେ ଏବେ ଏହାର ଫଳ ତାଙ୍କୁ ମିଳିଛି । ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲନଥିଲେ ମଧ୍ଯ ନିଜର ନିଷ୍ଠା ଏବଂ ଅଧ୍ୟବସାୟ ତାଙ୍କର ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିଛି । ତାଙ୍କ ବାପା ଓମ୍‌ ପ୍ରକାଶ ସା ଏକ ଫଳ ଦୋକାନ କରିଥିବା ବେଳେ ମା ଜଣେ ଗୃହିଣୀ ।

ରୂପା କୁହନ୍ତି ପରୀକ୍ଷା ପାଇଁ ସେ ଦୈନିକ ୧୦ରୁ୧୨ଘଣ୍ଟା ପରିଶ୍ରମ କରନ୍ତି । ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ସମସ୍ତ ସହଯୋଗ କରିଥାନ୍ତି । ରୂପାନ୍ତରଣ ପରେ ବିଦ୍ୟାଳୟରେ ଥିବା ଇ ପାଠାଗାରରୁ ସେ ଅନେକ ତଥ୍ୟ ଗ୍ରହଣ କରିବା ସହିତ ବିଷୟକୁ ନେଇ ଥିବା ଦ୍ଵନ୍ଦ ମଧ୍ୟ ଦୂର କରିପାରନ୍ତି । ବିଜ୍ଞାନ ପ୍ରୟୋଗଶାଳା,ସ୍ମାର୍ଟ ଶ୍ରେଣୀ ଗୃହ ମଧ୍ୟ ତାଙ୍କୁ ନେକ ସହଯୋଗ କରିଛି । ଆଗକୁ IAS ହୋଇ ଲୋକ ମାନଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି । ତାଙ୍କର ଏହି ସଫଳତା ପରେ ସବୁଠୁ ତାଙ୍କୁ ଶୁଭେଛା ଛୁଟୁଛି ।

Leave A Reply

Your email address will not be published.