ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ । ଚାହୂୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ଘର । ତେବେ ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଂଚାୟତ କିଆପଡା ଗାଁରେ ଦେଖିବାକୁ ମିଳିଛି ।

ସାନ ଭାଇର ଘରକୁ ବଡ଼ ଭାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । କିଆପଡ଼ା ଗାଁର ବାଇଧର ବେହେରାଙ୍କ ବଡ଼ ପୁଅ ଇନ୍ଦ୍ରମଣୀ ଓ ସାନ ପୁଅ କହ୍ନେଇ ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଉଭୟ ଉଭୟଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥିଲେ । କିନ୍ତୁ ଏବେ ଘଟିଗଲା ଅନ୍ୟ କିିଛି । ନିଜ ରାଗକୁ ଆଉ ନିୟନ୍ତ୍ରଣରେ ରଖିପାରିନଥିଲେ ବଡ଼ ଭାଇ ଇନ୍ଦ୍ରମଣି । ଶେଷରେ ଘରେ ଲଗାଇଥିଲେ ନିଆଁ ।

ଗତକାଲି ବଡ଼ ଭାଇ ଇନ୍ଦ୍ରମଣି କହ୍ନେଇର ବାଡ଼କୁ ଓପାଡି ଜେସିବ ମେସିନ ଲଗାଇ ମାଟି ଉଠାଉଥିବା ବେଳେ ସାନଭାଇ କହ୍ନେଇ ଏହାକୁ ବିରୋଧ କରିଥିଲେ । ଜେସିବ ମେସିନକୁ ଫେରାଇ ଦେଇଥିଲା ସାନଭାଇ କହ୍ନେଇ । ଏଥିରେ ଉତକ୍ଷିପ୍ତ ହୋଇ ବଡ଼ଭାଇ କଣ ପାଇଁ ମେସିନ ଫେରାଇ ଦେଲୁ କହି ତୋ ଘରକୁ ମୁଁ ପେଟ୍ରୋଲ ପକାଇ ପୋଡି ଦେବି କହି ଧମାକାଇଥିଲେ ।

ହେଲେ ଆଜି ମଧ୍ୟାହ୍ନରେ ସାନଭାଇର ପରିବାର ଲୋକେ ଘରେ ତାଲା ପକାଇ ଗାଁ ଭୋଜି ଖାଇ ଫେରିବା ବେଳେ ବଡ଼ଭାଇ ଇନ୍ଦ୍ରମଣୀ ଘରେ ନିଆଁ ଲଗାଇ ପଳାଇ ଯାଉଥିବାର ଦେଖିଥିଲେ । ଏନେଇ କହ୍ନେଇର ସ୍ତ୍ରୀ ମଞ୍ଜୁଲତା ବେହେରା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ହେଲେ ସେତେ ବେଳକୁ ଘରେ ଥିବା ସବୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.