ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । କୌଣସି ଏକ ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡି ପିଓ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଲମତାପୁଟ ନିକଟ ତୁସୁବା ଛକ ଜଗି ରହିଥିଲେ । ଏହି ସମୟରେ ସଗର ପଟୁ ଆସୁଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କରିବାରୁ ଗୋଟିଏ କାର୍ ରୁ ସିକ୍ରେଟ ଚାମ୍ବର ମଧ୍ୟରେ ୧୦ ଟି ଜରି ବସ୍ତା ଓ ଅନ୍ୟ ଏକ କାର ରୁ ୧୮ ଟି ଜରି ପ୍ୟାକେଟରୁ ଗଞ୍ଜେଇ ବାହାରି ଥିଲା ।

ଗଞ୍ଜେଇ ଗୁଡ଼ିକୁ ଓଜନ କରିବାରୁ ୪୦୯ କେଜି ୬୦୦ ଗ୍ରାମ ଜଣା ପଡିଛି । ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ଗଞ୍ଜେଇ ଚୋରା କାରୋବାର ରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତି ଝାରସୁଗୁଡ଼ା ଜିଲ୍ଲାର ମୋନଜ ଓରାମ ଓ ମହମ୍ମଦ ସର୍ଫୋରାଜ । ଏହି ଗଞ୍ଜେଇ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା ଥିବା ବେଳେ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେ଼ଇ ଅଧିକ ତଦନ୍ତ ଜାରି ରଖିଛି ମାଛକୁଣ୍ଡ ପୋଲିସ ।

 

Leave A Reply

Your email address will not be published.