କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ ପୂର୍ବତନ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ଖାସ କରି ଲୋକଙ୍କସେବା ଓ ଶିକ୍ଷାକ୍ଷେତ୍ର ତାଙ୍କର ଅତୁଳନୀୟ ଅବଦାନ ।

ସାରା ଭାରତରେ ସେ ଥିଲେ ଏକ ନମ୍ବର ସାଂସଦ, ଯାହାଙ୍କୁ କନ୍ଧମାଳ ହରାଇ ବସିଛନ୍ତି । ପ୍ରତ୍ୟକ୍ଷ ରାଜନୀତିରୁ ଡ. ଅଚ୍ୟୁତ ସାମନ୍ତ ଅବ୍ୟାହତି ନେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ରାଉତରାୟ । ଆଦିବାସୀ ପିଲାଙ୍କୁ କିସ୍ ମାଧ୍ୟମରେ ଶିକ୍ଷା ଦେବା ସହିତ କାହାକୁ କାହାକୁ ଡାକ୍ତର, ଇଞ୍ଜିନିଅର କରିଛନ୍ତି । ହଜାର ହଜାର ପିଲାଙ୍କୁ ଶିକ୍ଷା ଦେବା ସହ ନିଯୁକ୍ତି ମଧ୍ୟ ଦେଇଛନ୍ତି । ତାଙ୍କ ପରି ବ୍ୟକ୍ତିତ୍ୱ ସକ୍ରିୟ ରାଜିନୀତିରେ ରହିବା ଦରକାର ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଏହା ସହିତ ନିଜ ସାନପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟଙ୍କୁ ନେଇ ସେ କହିଛନ୍ତି କି ମନ୍ମଥ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ହାରିବା ପରେ ମୈଦାନ ଛଡିବାର ପ୍ରଶ୍ନ ଉଠୁନାହିଁ l ହାରଜିତ ଲାଗିରହିଥାଏ l ମନ୍ମଥ ସାଢେ ୪ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ ପାଇଛି l ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେଣୁ ଲୋକଙ୍କ ସହିତ ରହିବୁ, ଚାରିଆଡେ ବୁଲିବୁ, ସେବା କରିବୁ ବୋଲି ସୁରେଶ ରାଉତରାୟ କହିଛନ୍ତି ।

Leave A Reply

Your email address will not be published.