ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କ ମନ୍ତ୍ରାଳୟ । ପୂର୍ବସରକାର ଭଳି ବର୍ତ୍ତମାନ ସରକାରରେ ବି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି ।

୨୦୧୪ରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ପାଇଥିବାବେଳେ ଗତ ପାଳିରେ ଶିକ୍ଷା ମନ୍ତ୍ରାଳୟ ପାଇଥିଲେ । ଚଳିତ ଥର ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇ ପୁଣି ଥରେ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ବ ପାଇଛନ୍ତି । ୨୦୨୧ରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରେଳ ମନ୍ତ୍ରାଳୟ ଦାୟିତ୍ବ ଗ୍ରହଣ କରିଥିଲେ ଅଶ୍ବିନୀ ବୈଷ୍ଣବ । ତୃତୀୟ ଥର ପାଇଁ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପାଇଛନ୍ତି ଜୁଏଲ ଓରାମ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ । ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା ବୋଲି ସୁରେଶ ରାଉତରାୟ କହିଛନ୍ତି ।

 

Leave A Reply

Your email address will not be published.