ଅବପାତର ରୂପ ନେଲା ଲଘୁଚାପ, ସମୁଦ୍ରରେ ଅଧିକ ଘନୀଭୂତ ହୋଇ ୨୫ରେ ବାତ୍ୟା

ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ।  ବାତ୍ୟାର ରୂପ ନେବା ପରେ ଏହା ଉତ୍ତର ଦିଗରେ ଗତି କରିବ ।

ଭୁବନେଶ୍ୱର (କେନ୍ୟୁଜ): ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ। କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ବାତ୍ୟାର ରୂପ ନେବା ପରେ ଏହା ଉତ୍ତର ଦିଗରେ ଗତି କରିବ ।

୨୬ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ସଂଲଗ୍ନ ଉପକୂଳ ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ରବିବାରଠୁ ରାଜ୍ୟରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨୬ ତାରିଖରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଏବଂ ୨୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।

Leave A Reply

Your email address will not be published.