ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର : ୨୬ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ !

୨୬ ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳାଫଳ ତାରିଖ ସଂପର୍କରେ ଘୋଷଣା କରିବେ ବୋର୍ଡ କର୍ତ୍ତୃପକ୍ଷ । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକସଙ୍ଗେ ପ୍ରକାଶ ପାଇବ । ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ମାର୍କସିଟ ଓ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ।

କଟକ (କେନ୍ୟୁଜ): ୨୬ ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳାଫଳ ତାରିଖ ସଂପର୍କରେ ଘୋଷଣା କରିବେ ବୋର୍ଡ କର୍ତ୍ତୃପକ୍ଷ । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକସଙ୍ଗେ ପ୍ରକାଶ ପାଇବ । ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ମାର୍କସିଟ ଓ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ।

ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧, ମଧ୍ୟମାରେ ୩ହଜାର ୩୭ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ ।

ସେହିପରି ଆସନ୍ତା ୨୬ତାରିଖରେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ। ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ।

Leave A Reply

Your email address will not be published.