ଆଠଗଡ଼ରେ ରାଜନୈତିକ ହିଂସା: ୫ରୁ ଅଧିକ ବିଜେଡି କର୍ମୀ ଆହତ

ଆଠଗଡରେ ପ୍ରାକ ନିର୍ବାଚନୀ ହିଂସା । ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗୀ ଗ୍ରାମର ହରିଜନ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗତକାଲି ସନ୍ଧ୍ୟାରେ ଏକ ରାଜନୈତିକ ଦଳ ପକ୍ଷରୁ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟା ଯାଉଥିଲା । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ପ୍ରତିଦ୍ୱନ୍ଦୀ ଦଳର କର୍ମୀ । ଏହାକୁ ନେଇ ଉତେଜନା ପରେ ମାରପିଟ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା ।

ଆଠଗଡ଼ (କେନ୍ୟୁଜ): ଆଠଗଡରେ ପ୍ରାକ ନିର୍ବାଚନୀ ହିଂସା ।  ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗୀ ଗ୍ରାମର ହରିଜନ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।  ଗତକାଲି ସନ୍ଧ୍ୟାରେ ଏକ ରାଜନୈତିକ ଦଳ ପକ୍ଷରୁ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟା ଯାଉଥିଲା । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ପ୍ରତିଦ୍ୱନ୍ଦୀ ଦଳର କର୍ମୀ ।  ଏହାକୁ ନେଇ ଉତେଜନା ପରେ ମାରପିଟ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଏଥିରେ ବିଜେଡିର ପାଞ୍ଚରୁ ଅଧିକ କର୍ମୀ ଆହତ ହୋଇଛନ୍ତି । ଜଣେ ବ୍ୟକ୍ତି ଗୁରୁତର ରହିଥିବା ବେଳେ ଅତି ଗୁରୁତର ଅବସ୍ଥାରେ ଜଣେ ନାବାଳକ କଟକ ଶିଶୁ ଭବନକୁ ସ୍ଥାନାନ୍ତର ହୋଇଛନ୍ତି । ଆଠଗଡ଼ ପୋଲିସ୍ ଘଟଣାର ତଦନ୍ତ କରୁଛି ।

ସେହିପରି ପୁରୀ ଜିଲ୍ଲା ପିପିଲିର ସହଜପୁର ପଞ୍ଚାୟତରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ହୋଇଛି ।  ଏଥିରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗଦାଧରଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କ ହାତ ଏବଂ କାନ୍ଧ ଭାଙ୍ଗିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

 

Leave A Reply

Your email address will not be published.