ଆରଡି ପୀଠରେ ସରିଲା ଲଗ୍ନ, ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ

ଆରଡି ପୀଠରେ ସରିଲା ଲଗ୍ନ । ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ । ଆସନ୍ତା ୧୧ ତାରିଖରେ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ ଉତ୍ସବ । ଦେବ ଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା ।

ଚାନ୍ଦବାଲି (କେନ୍ୟୁଜ): ଆରଡି ପୀଠରେ ସରିଲା ଲଗ୍ନ ।  ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ ।  ଆସନ୍ତା ୧୧ ତାରିଖରେ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ ଉତ୍ସବ । ଦେବ ଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା ।  ତେଣୁ ବିବାହ ପୂର୍ବରୁ ସରିଛି ଲଗ୍ନ ଧରା କାର୍ଯ୍ୟ । ଘଂଟ କୀର୍ତ୍ତନ, ଯୋଡି ମହୁରୀ ବାଦ୍ୟରେ ବର ପିତା କେଦାରନାଥ ପାଢୀଙ୍କ ଘରୁ ଲଗ୍ନଥାଳି ଯାଇଥିଲା କନ୍ୟା ପିତା ଗଦାଧର ପାଢୀଙ୍କ ଘରକୁ । କନ୍ୟା ପିତାଙ୍କ ଘରେ ସମସ୍ତ ବୈଦିକ ରିତିନୀତି ଅନୁସାରେ ଲଗ୍ନକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣ, ଜ୍ୟୋୟିତିଷଙ୍କ ଦ୍ଵାରା ଦେବ ଦମ୍ପତିଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଲଗ୍ନଧରା କାର୍ଯ୍ୟରେ ସେବାୟତମାନେ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.