୨୬ ମେ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରେ ବାତ୍ୟା ନେବ ଭୀଷଣ ରୂପ , ସତର୍କ କଲା ପାଣିପାଗ ବିଭାଗ

ପାଣିପାଗ କାର୍ଯ୍ୟାଳୟ ଗୁରୁବାର ଅପରାହ୍ନରେ ସୂଚନା ଦେଇଛି ଯେ ଏହା ଆସନ୍ତା ୨୬ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ପଶ୍ଚିମବଙ୍ଗର କୋଲକାତା ସମେତ ଅନେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମେ ୨୨ ରେ ରିପୋର୍ଟ କରିଛି ଯେ ବଙ୍ଗୋପସାଗରର ଦକ୍ଷିଣ- ପଶ୍ଚିମ ଏବଂ ପଶ୍ଚିମ-ମଧ୍ୟଭାଗର ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ମଧ୍ୟଭାଗରେ ଲଘୁ ଚାପ ସୃଷ୍ଟି ହୋଇଛି । ପାଣିପାଗ କାର୍ଯ୍ୟାଳୟ ଗୁରୁବାର ଅପରାହ୍ନରେ ସୂଚନା ଦେଇଛି ଯେ ଏହା ଆସନ୍ତା ୨୬ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ପଶ୍ଚିମବଙ୍ଗର କୋଲକାତା ସମେତ ଅନେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

କୋଲକାତା ସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପାଣିପାଗ ବିଭାଗ ପ୍ରତିଷ୍ଠାନର ମୁଖ୍ୟ ସୋମନାଥ ଦତ୍ତା ଗୁରୁବାର ଦିନ କହିଛନ୍ତି ଯେ ଏହା ଉତ୍ତର-ପୂର୍ବ ଦିଗକୁ ଏବଂ ବଙ୍ଗୋପସାଗରର ମଧ୍ୟ ଭାଗ ଦେଇ ଗତି କରିବ ବୋଲି ଆଶା କରାଯାଉଛି । ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ୨୫ ମେ ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେବାର ସମ୍ଭାବନା ରହିଛି । ଏହା ପରେ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ । ପଶ୍ଚିମବଙ୍ଗରେ ମେ ୨୬ ସନ୍ଧ୍ୟା ସୁଦ୍ଧା ଏହା ବାଲାଂଦେଶର ପାଖ ଦେଇ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ପହଞ୍ଚିବାର ଆଶଙ୍କା ରହିଛି ।

ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାମ ରିମାଲ୍ ରଖାଯିବ । ଆରବୀ ଭାଷାରେ ‘ରିମାଲ୍’ର ଅର୍ଥ ବାଲି ଏବଂ ସାଇକ୍ଲୋନ୍ ନାମ ତାଲିକା ଅନୁଯାୟୀ ଏହାର ନାମ ‘ଓମାନ’ ଦେଇଛି । ତେବେ IMD ଏପର୍ଯ୍ୟନ୍ତ ନାମ ନିଶ୍ଚିତ କରିନାହିଁ ।

ସୂଚନା ଅନୁଯାୟୀ କୋଲକାତାର କେତେକ ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ଲାଗି ରହିବ । ବୁଧବାର ଦିନ ସହରରେ ୭୨.୨ ମିଲିମିଟର ବର୍ଷା ହୋଇଥିଲା ଏବଂ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିଥିଲା।

Leave A Reply

Your email address will not be published.