ଉତ୍ତରପ୍ରଦେଶ : ଲୁହା ତରଳାଉଥିବା ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ଅନେକ ଆହତ

ଅଲୀଗଡରେ ତାଲାନଗରୀ ଅଞ୍ଚଳରେ ଥିବା ଏକ ଲୁହା ତରଳାଉଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ବିସ୍ଫୋରଣ ପରେ ଲୋକମାନଙ୍କ ମଧ୍ୟରେ ଚିତ୍କାର ଶୁଣାଯାଇଥିଲା । କିଛି ଲୋକଙ୍କ ଉପରେ ତରଳ ଲୁହା ପଡିଯାଇଥିଲା । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି ।

ଲୁହା ତରଳାଉଥିବା ବାଲକାମେଶ୍ୱର ନାମକ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଜଣକର ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ପରିଜନ ସୂଚନା ମିଳିବା ପରେ ଫ୍ୟାକ୍ଟ୍ରିରେ ପହଞ୍ଚିଛନ୍ତି ।

ଖବର ମୁତାବକ, ଅଲୀଗଡରେ ତାଲାନଗରୀ ଅଞ୍ଚଳରେ ଥିବା ଏକ ଲୁହା ତରଳାଉଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ବିସ୍ଫୋରଣ ପରେ ଲୋକମାନଙ୍କ ମଧ୍ୟରେ ଚିତ୍କାର ଶୁଣାଯାଇଥିଲା । କିଛି ଲୋକଙ୍କ ଉପରେ ତରଳ ଲୁହା ପଡିଯାଇଥିଲା । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି । ନିଆଁ ଯୋଗୁଁ ସ୍ଥାନୀୟ ଆଖପାଖ ଅଞ୍ଚଳରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଜଣକର ଅବସ୍ଥା ଗୁରୁତର ରହିଛି ।

ଘଟଣା ସ୍ଥଳରେ ଜିଲ୍ଲାଧିକାରୀ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର ଜାରି ରଖି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁମାନେ ଫ୍ୟାକ୍ଟ୍ରିରେ ଫସିଛନ୍ତି, ସେମାନଙ୍କୁ ବାହାରକୁ ବାହାର କରାଯାଇଛି । ରେସକ୍ୟୁ ଟିମ୍‌ ଦ୍ୱାରା ଲଗାତାର ଚେଷ୍ଟା କରାଯାଉଛି । ଗୁରୁତର ଆହତଙ୍କୁ ମେଡିକାଲ ରେଫର କରାଯାଇଛି । ଫ୍ୟାକ୍ଟ୍ରିରେ ବିସ୍ଫୋରଣ କାହିଁକି ହେଲା, ତାହା ପାଇଁ ଯାଞ୍ଚ ଚାଲିଛି ।

Leave A Reply

Your email address will not be published.