ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ଫୁଟବଲ ଟିମ୍‌ ଅଧିନାୟକ ସୁନୀଲ ଛେତ୍ରୀ, ଜୁନ୍‌ ୬ରେ ଖେଳିବେ ଶେଷ ମ୍ୟାଚ

ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ ଖେଳରୁ ସନ୍ନ୍ୟାସ ନେବା ଘୋଷଣା କରିଛନ୍ତି । ଜୁନ ୬ରେ କୋଲକତାର ସଲ୍ଟ ଲେକ ଷ୍ଟାଡିୟମରେ କୁଏତ ବିପକ୍ଷରେ ସେ ତାଙ୍କର ଅନ୍ତିମ ଅର୍ନ୍ତଜାତୀୟ ମ୍ୟାଚ ଖେଳିବେ । ନୂଆ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସିଯାଇଛି ବୋଲି ସେହି ଭିଡିଓରେ ଛେତ୍ରୀ କହିଛନ୍ତି ।

ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ ଖେଳରୁ ସନ୍ନ୍ୟାସ ନେବା ଘୋଷଣା କରିଛନ୍ତି । ଜୁନ ୬ରେ କୋଲକତାର ସଲ୍ଟ ଲେକ ଷ୍ଟାଡିୟମରେ କୁଏତ ବିପକ୍ଷରେ ସେ ତାଙ୍କର ଅନ୍ତିମ ଅର୍ନ୍ତଜାତୀୟ ମ୍ୟାଚ ଖେଳିବେ । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛେତ୍ରୀ ଏ ବାବଦରେ ଏକ ପୋଷ୍ଟ ସେୟାର କରିଛନ୍ତି । ନୂଆ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସିଯାଇଛି ବୋଲି ସେହି ଭିଡିଓରେ ଛେତ୍ରୀ କହିଛନ୍ତି ।

ସୁନୀଲ ଛେତ୍ରୀଙ୍କ ଇଣ୍ଟରନ୍ୟାସନାଲ କ୍ୟାରିଅର ବହୁତ ବଢିଆ ରହିଥିଲା । ୩୯ ବର୍ଷୀୟ ଷ୍ଟାର ଖେଳାଳି ଭାରତ ପାଇଁ ୧୪୫ ମ୍ୟାଚ ଖେଳିଛନ୍ତି । ନିଜର ୨୦ ବର୍ଷୀୟ କ୍ୟାରିଅରରେ ୯୩ ଗୋଲ କରିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ରିଟାୟରମେଣ୍ଟ ଘୋଷଣା କରିଛନ୍ତି । ପାଖାପାଖି ୯ ମିନିଟର ଲମ୍ବା ଭିଡିଓ ପୋଷ୍ଟ କରିଛନ୍ତି । ଏହାସହିତ ଭିଡିଓ କ୍ୟାପସନରେ ଲେଖିଛନ୍ତି, ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି ।

ଏହି ଭିଡିଓରେ ବହୁତ ଭାବୁକ ହୋଇପଡିଥିଲେ ଛେତ୍ରୀ । ଏହାସହିତ ଡେବ୍ୟୁ ମ୍ୟାଚ ବିଷୟରେ ମନେ ପକାଇଥିଲେ । ପ୍ରଥମ ମ୍ୟାଚରେ କୋଚ୍‌ ଭାବେ ସୁଖି ସାରଙ୍କୁ ମନେ ପକେଇଥିଲେ । ଡେବ୍ୟୁ ମ୍ୟାଚରେ କିଭଳି ଅନୁଭବ ରହିଥିଲା, ତାହା କହିବା ଅସମ୍ଭବ । ଏହି ମ୍ୟାଚରେ ପ୍ରଥମ ଗୋଲ୍‌ କରି କିଭଳି ଅନୁଭୂତ ହୋଇଥିଲା ତାହା କହିବା ସମ୍ଭବ ନୁହେଁ । ଭାରତୀୟ ଟିମର ଜର୍ସି ପିନ୍ଧିବାର ଅନୁଭୂତି କିଛି ଅଲଗା । ସେଦିନକୁ କେବେ ବି ଭୁଲିପାରିବି ନାହିଁ ବୋଲି କହିଥିଲେ ।

ସୁନୀଲ ଛେତ୍ରୀ ୧୨ ଜୁନ୍‌ ୨୦୦୫ରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ଏଥିରେ ପ୍ରଥମ ଗୋଲ କରିଥିଲେ । ସେ ନିଜ କ୍ୟାରିଅରରେ ୬ଥର ଏଆଇଏଫଏଫ ପ୍ଲେୟାର ଅଫ ଦ ଇଅର ଆଓ୍ଵାର୍ଡ ଜିତିଛନ୍ତି । ଏହାଛଡା ୨୦୧୧ରେ ଅର୍ଜୁନ ଆଓ୍ଵାର୍ଡ ଏବଂ ୨୦୧୯ରେ ପଦ୍ମ ଆଓ୍ଵାର୍ଡରେ ସମ୍ମାନିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.