ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ପପୁଆ ନ୍ୟୁ ଗିନିରେ ୩ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂସ୍ଖଳନ ପରେ ମାଟି ତଳେ ଦବି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି ।

ପପୁଆ ନ୍ୟୁ ଗିନିରେ ୩ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂସ୍ଖଳନ ପରେ ମାଟି ତଳେ ଦବି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି । ସୋମବାର ସରକାର କହିଛନ୍ତି ଯେ ଏହା ଏକ ବିପଜ୍ଜନକ ଅଞ୍ଚଳ ହୋଇଥିବାରୁ ସହାୟତାରେ ବାଧା ଉପୁଜୁଛି । ତେଣୁ ଏଭଳି ପରିସ୍ଥିତିରେ ଦବି ରହିଥିବା ଲୋକମାନେ ଜୀବିତ ଅବସ୍ଥାରେ ମିଳିବାର ଆଶା ବହୁତ କମ୍‌ ରହିଛି ।

ଜାତୀୟ ବିପର୍ଯ୍ୟୟ କେନ୍ଦ୍ର ମିଳିତ ଜାତିସଂଘକୁ ଲେଖିଥିବା ଏକ ଚିଠିରେ ମୃତ୍ୟୁର ଏହି ନୂତନ ସଂଖ୍ୟା ଦର୍ଶାଇଛି । ତେବେ ଦିନକ ପୂର୍ବରୁ ସମ୍ଭାବ୍ୟ ମୃତ୍ୟୁ ସଂଖ୍ୟା ୬୭୦ରୁ ଅଧିକ ବୋଲି କୁହାଯାଇଥିଲା ।

Leave A Reply

Your email address will not be published.